ଭୁବନ ୦୯/୦୩/୨୦୨୨( ଓଡ଼ିଶା ସମାଚାର )- ଭୁବନ ଏନଏସିରେ ବିଜେଡି ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ (ମୁନ୍ନା) ଙ୍କୁ ଜିତାଇବାକୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଥମେ ୧ ନମ୍ବର ୱାର୍ଡସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଥିବା ଯୋଗ ଘର ଓ ପରେ ନିଗମାନନ୍ଦ ଆଶ୍ରମ ଠାରେ ମହିଳା ମାନଙ୍କୁ ନେଇ ଏକ ସଭା କରାଯାଇଥିଲା । ପରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଘରକୁ ଘର ବୁଲି ୧ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ଗିରିଧାରୀ ସାହୁ ଓ ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଉଭୟ ପ୍ରାର୍ଥୀଙ୍କ ସହ ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ , ପୂର୍ବତନ ଉପ ନଗରପାଳ ମାୟାଧର ସାହୁ , ଜିଲ୍ଲା ବିଜେଡି ସଂପାଦକ ଅଜୟ ସେଠୀ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ । ଓଡ଼ିଶା ସମାଚାର
