Tuesday , August 9 2022
Breaking News
Home / ତାଜା ଖବର / ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ

ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ

ବ୍ରହ୍ମପୁର/ଭୁବନେଶ୍ୱର,୦୯/୦୩/୨୦୨୨ (ଓଡ଼ିଶା ସମାଚାର)-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଯନ୍ତ୍ରୀଙ୍କ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ କାର୍ୟ୍ୟାଳୟ ସମେତ, ଗଜପତି ନଗର ୮ମ ଲେନ୍ ସ୍ଥିତ ୪ ମହଲା କୋଠା, ୧୧ ଲେନ ସ୍ଥିତ ୫ ମହଲା କୋଠା, ଭୁବନେଶ୍ୱର ଏମସ ନଗର ୩ୟ ଲେନ ସ୍ଥିତ ୪ ମହଲା କୋଠା, ଛତ୍ରପୁର ପୁତବଗଡ଼ ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ୫ ଗୋଟି ସ୍ଥାନରେ ଚଢାଉ ଜାରି ରହିଛି । ଏହି ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍ ପି, ୪ ଡିଏସପି, ୧୦ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଯନ୍ତ୍ରୀଙ୍କ ଘରୁ ନଗଦ ଘରୁ ନଗଦ ୧୬ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ତେବେ ଏହି ଚଢାଉ ବେଳେ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଟିମକୁ ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିଜିଲାନ୍ସଙ୍କୁ ଅସହଯୋଗ କରିଥିବାର ଅଭିଯୋଗ ଆସିଛି । ସର୍ଚ୍ଚ ଓ୍ୱାରେଣ୍ଟ ସତ୍ତ୍ୱେ ବି ଭିଜିଲାନ୍ସ ଟିମ୍ କୁ ଘର ଭିତରକୁ ବାପ-ପୁଅ ଛାଡିଲେନି । ଶେଷରେ ସ୍ଥାନୀୟ ପୋଲିସ ସହାୟତାରେ କବାଟ ଭାଙ୍ଗି ଭିଜିଲାନ୍ସ ଟିମ୍ ଭିତରକୁ ପଶିଥିଲେ । ଭିଜିଲାନ୍ସ ଟିମ୍ କୁଅସହଯୋଗ କରିଥିବାରୁ ଉଭୟଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଯେତେବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରିବାକୁ ପହଂଚିଥିଲେ, ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିତରୁ କବାଟ ଦେଇ ଖୋଲିନଥିଲେ ।ତେବେ ଘରେ ଏକାଧିକ ଦାମି ରେଫ୍ରିଜେରେଟର, ସେନସର କବାଟ ଆଦି ଦେଖିବାକୁ ମିଳିଥିଲା । ଏ ସବୁ ସମ୍ପତି ପୁଅର କନଷ୍ଟ୍ରକସନ୍ କମ୍ପାନୀର ବୋଲି ଜଗନ୍ନାଥ କହୁଥିଲାବେଳେ ଚଢ଼ାଉ ସରିଲେ ସମସ୍ତ କଥା ଜଣାପଡ଼ିବ । ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.