Tuesday , August 9 2022
Breaking News
Home / କୃଷି / ବାଣିକ୍ଷେତ୍ର ମହିଳା କୃଷକ ଉତ୍ପାଦକ ସଂଗଠନର ଗୃହ ଉଦଘାଟନ

ବାଣିକ୍ଷେତ୍ର ମହିଳା କୃଷକ ଉତ୍ପାଦକ ସଂଗଠନର ଗୃହ ଉଦଘାଟନ

ରଘୁନାଥପୁର, ୦୯/୦୩/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ମହିଳା ଦିବସ ଅବସରରେ ରଘୁନାଥପୁର ବ୍ଲକ୍ ରେଢ଼ୁଆ ଠାରେ ବାଣିକ୍ଷେତ୍ର ମହିଳା କୃଷକ ଉତ୍ପାଦକ ସଂଗଠନର ନିଜସ୍ୱ ଗୃହ ଉଦଘାଟିତ ହୋଇ ଯାଇଛି । ଏଥିରେ ଜିଲା କୃଷି ଅଧିକାରୀ ଶ୍ରୀଯୁକ୍ତ ରାଜକିଶୋର ଦାସ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ମହିଳା କୃଷକ ଉତ୍ପାଦକ ସଂଗଠନର ଗଠନକୁ ଭୂୟସି ପ୍ରସଂଶା କରିବା ସହିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଏହି ସଂଗଠନ ମାଧ୍ୟମରେ ଆବଶ୍ୟକୀୟ କୃଷି ସାମଗ୍ରୀ, ଯନ୍ତ୍ରପାତି ଏବଂ ଉତ୍ପାଦିତ ସଶ୍ୟ ର ସାମୂହିକ ପ୍ରକ୍ରିୟା କରଣ ଓ ବିକ୍ରୟ ଦ୍ୱାରା ସେମାନେ ଆର୍ଥିକ ସଶକ୍ତ ହେବା ସହ ତାଙ୍କ ଜୀବନ ଧାରଣରେ ଉନ୍ନତି ହୋଇ ପାରିବ । ଏହି ସଂଗଠନ ପ୍ରାରମ୍ଭିକ ପର୍ଯ୍ୟାୟରେ ରଘୁନାଥପୁର ବ୍ଲକ୍ ୬ ଗୋଟି ପଂଚାୟତର ୧୫ ଟି ଗ୍ରାମରେ ପ୍ରାୟ ୩୦୦ ମହିଳା ଅଂଶିଦାରଙ୍କୁ ନେଇ ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କର ଲଘୁ କୃଷକ କୃଷି ବେପାର ସଂଘ (ଏସଏଫଏସି) ଆନୁକୂଲ୍ୟରେ ସ୍ଥାନୀୟ କୃଷି ସଂଗଠନ ଲିଭ ଆଣ୍ଡ ଲେଟ ଲିଭ୍ (ଲାଲ) ସହାୟତାରେ କାର୍ଯ୍ୟକାରୀ ହେଉଅଛି ବୋଲି ସମ୍ପାଦକ କ୍ଷେତ୍ର ମୋହନ ବେହେରା ସୂଚନା ଦେଇଥିଲେ । ଭାରତ ସରକାରଙ୍କ କମ୍ପାନୀ ଅଧିନୀୟମ ରେ ପଂଜିକୃତ ଏହି ସଂଗଠନ ବିଭିନ୍ନ କୃଷି ସାମଗ୍ରୀ , ବିହନ, ସାର, ଔଷଧ ଓ କୃଷି ଯନ୍ତ୍ରପାତିକୁ ସୁଲଭ ମୂଲ୍ୟରେ ସମସ୍ତ ଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ସୂଚନା ଦେଇଥିଲେ । ବିଶେଷକରି ଖୁଦ୍ର ଓ ନାମମାତ୍ର ଚାଷୀଙ୍କର ଜୀବନ ଜିବିକାର ମୂଲ୍ୟ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ରଂଜନ ରାଉତ ପ୍ରକାଶ କରିଥିଲେ । ସଂଗଠନର ନିର୍ଦ୍ଧେଶିକା ଶ୍ରୀମତୀ କାଦମ୍ବିନୀ ବେହେରା ଧନ୍ୟବାଦ ଦେଇଥିଲେ । ସ୍ଥାନୀୟ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ସୁବ୍ରତ କୁମାର ବାରିକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗରଦପୁର ବ୍ଲକ୍ ର ସବୁ ପଂଚାୟତରେ ପ୍ରାଥମିକ କୃଷି ସମବାୟ ସମିତି ନାହିଁ

ଗରଦପୁର,୩୧/୭/୨୦୨୨(ଓଡ଼ିଶା ସମାଚାର)- କୃଷିକୁ ସରକାର ଗୁରୁତ୍ୱ ଦେଉଥିବାବେଳେ କୃଷି ସହିତ ଅଙ୍ଗାଙ୍ଗିଭାବେ ଜଡ଼ିତ ସମବାୟ ବିଭାଗକୁ ସେତେ ଗୁରୁତ୍ୱ ଦିଆଯାଉନାହିଁ …

Leave a Reply

Your email address will not be published.