ଭୁବନ,୦୯/୦୩/୨୦୨୨( ଓଡ଼ିଶା ସମାଚାର )- ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ବିଶ୍ୱମହିଳା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ କୁମାର ବେହେରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାଙ୍କ ବିନା ବିଶ୍ୱର ପରିକଳ୍ପନା ଅସମ୍ଭବ । ମହିଳାମାନଙ୍କ ପ୍ରତି ସମ୍ମାନ , ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ନିମନ୍ତେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅନୀଲକୁମାର ଧୀର ,ପ୍ରଭାତ କୁମାର ଜେନା , ହୃଦାନନ୍ଦ ବେହେରା , କରୁଣାକର ରାଉଳ , ସୁକାନ୍ତ କୁମାର ସାହୁ , ଅଧ୍ୟାପିକା ଶ୍ରାବଣୀ ଅଳ୍ପନା , ସୌମ୍ୟାଶ୍ରୀ ବେହେରା, ଦିପାରାଣୀ ସାମଲ,ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର , ମୁଖ୍ୟକିରାଣୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ମୂଲ୍ୟବୋଧ ଭିତିକ ମତ ଦେଇଥିଲେ । ସୁକାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର