Friday , July 1 2022
Breaking News
Home / ସ୍ୱାସ୍ଥ୍ୟ / ପ୍ରଧାନମନ୍ତ୍ରୀ ଜନଔଷଧି ସପ୍ତାହ ପାଳିତ – ବିଭିନ୍ନ ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ଜନଔଷଧି ସପ୍ତାହ ପାଳିତ – ବିଭିନ୍ନ ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୦୯/୦୩/୨୦୨୨( ଓଡ଼ିଶା ସମାଚାର): ପ୍ରତିବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ଜନଔଷଧି ସପ୍ତାହ ପାଳନ କରାଯାଉଥିବା ଅବସରରେ ଚଳିତ ବର୍ଷ ଭୁବନେଶ୍ୱର ପୋଖରୀପୁଟ ଓ ପାଣ୍ଡରାଠାରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରରେ ଏହି ସପ୍ତାହ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ଲୋକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଔଷଧ ବଂଟନ, ମାସ୍କ, ସାନିଟାରୀ ବୋତଲ ତଥା ମହିଳାମାନଙ୍କୁ ସାନିଟାରୀ ନାପକିନ ପ୍ରଦାନ କରାଯାଇଥିଲା । ଏହା ସହିତ ଇଚ୍ଛୁକ ବ୍ୟକ୍ତିମାନଙ୍କ ରକ୍ତଚାପ, ରକ୍ତସର୍କରା, ଶରୀରରେ ଅମ୍ଳଜାନ ସ୍ତର, ମାପିବାର ନିଃଶୁଳ୍କ ବ୍ୟବସ୍ଥା ଉକ୍ତ ସଂଗଠନ ପକ୍ଷରୁ ସଫଳ ଭାବେ ଆୟୋଜିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଉଚ୍ଚ ଶିକ୍ଷିତା ତଥା ସାରସ୍ୱତ ପ୍ରତିଭାର ଅଧିକାରିଣୀ ଯୁବ ଉଦ୍ୟୋଗୀ ଅର୍ଚ୍ଚନା ଏବଂ ଯୁବ ଯନ୍ତ୍ରୀ ପାର୍ଥସାରଥୀ ପୂର୍ବରୁ ବହୁ ଜନକଲ୍ୟାଣ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଆୟୋଜିତ କରିଆସୁଛନ୍ତି । ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତନରେ ମନୁଷ୍ୟ ଶରୀରର ପ୍ରଭାବ ଏବଂ ତା’ର ପ୍ରତିକାର ସମ୍ବନ୍ଧରେ ଶିବିର ମାନ ଆୟୋଜନ କରିବା ସହ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି ପ୍ରମୁଖ ଆୟୋଜକ ଓ ସଂଯୋଜକ ପାର୍ଥସାରଥୀ ସୂଚନା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଵଡ ଡାକ୍ତରଖାନାର ଵର୍ଣ୍ଣ ୟୁନିଟ୍ ରେ ନାହିଁ ଆଇସିୟୁ , ବିଭିନ୍ନ ବିଭାଗର ବିଶେଷଜ୍ଞ ପ୍ରଫେସର ପଦବୀ ଖାଲି,ଵଦଳିଲା ରିମାଟୋଲୋଜି ଵିଭାଗର ନାଁ

କଟକ ସଦର, ୨୯/୬/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଏସସିଵି ଵଡ ଡାକ୍ତରଖାନାକୁ ବିଶ୍ୱସ୍ତରୀୟ କରିଵାକୁ …

Leave a Reply

Your email address will not be published. Required fields are marked *