କଟକ ୦୯/୦୩/୨୦୨୨( ଓଡ଼ିଶା ସମାଚାର/ଦେବାଶିଷ ରଥ )- କଟକର ତାଳଦଣ୍ଡା କେନାଲ ନବୀକରଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଛତ୍ରବଜାର ପରିବା ମାର୍କେଟ ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ପୋଲ ଭୁଷୁଡ଼ି ପଡ଼ିଥିବା ସୂଚନା । ଭୁଷୁଡ଼ିଥିବା ପୋଲ ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ପୋଲ ଦେଇ କେନାଲ ସମ୍ପ୍ରସାରଣ କାର୍ୟ୍ୟ ଚାଲିଛି । ସେଠାରେ ପୋଲିସ ଓ ଓଡ଼ରାଫ ଉଦ୍ଧାର କାରୀ ଦଳ ପହଞ୍ଚିଛନ୍ତି । ଘଟଣା ସ୍ଥଳରେ କଟକ ଜିଲାପାଳ , ପୋଲିସ ଡିସିପି ଓ ମେଡ଼ିକାଲ ଟିମ ପହଞ୍ଚିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ମାଟି ତଳୁ ଜଣେ ଶ୍ରମିକଙ୍କୁ ଉଦ୍ଧାର କଲେ ଉଦ୍ଧାରକାରି ଦଳ ।ମାଟି ଅତଡ଼ା ଖସିବାରୁ ଏପରି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଉଦ୍ଧାର ହୋଇଥିବା ଜଣେ ଶ୍ରମିକ ଙ୍କୁ ସେସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ନିର୍ମାଣାଧୀନ ପୋଲ ଆଜି ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା। ଦୁର୍ଘଟଣା ସମୟରେ କିଛି ଶ୍ରମିକ କାମ କରୁଥିଲେ। ହଠାତ୍ ପୋଲ ନିକଟରେ ମାଟି ଅତଡ଼ା ଖସିଯିବାରୁ ଶ୍ରମିକମାନେ ଫସିଯାଇଥିଲେ। ସୂଚନା ମିଳିବା ପରେ ପୁଲିସ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଥିଲା। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ଉଦ୍ଧାର କରାଯାଇଥିବା ଶ୍ରମିକଙ୍କୁ ସ୍ଥାନୀୟ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମାଟି ତଳେ ଆହୁରି କିଛି ଲୋକ ଚାପି ହୋଇଛନ୍ତି କି ନାହିଁ, ତାହା ଉଦ୍ଧାର କାର୍ୟ୍ୟ ଶେଷ ହେବା ପରେ ଜଣାପଡ଼ିବ। ନିର୍ମାଣଧୀନ ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ହେବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, । ଓଡ଼ିଶା ସମାଚାର
