Wednesday , September 28 2022
Breaking News
Home / ବିଶେଷ / ଜଇପୁର ଛକରେ ଯାତ୍ରୀ ବିଶ୍ରାମାଗାର , ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି

ଜଇପୁର ଛକରେ ଯାତ୍ରୀ ବିଶ୍ରାମାଗାର , ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି

ରଘୁନାଥପୁର, ୦୯/୦୩/୨୦୨୨( ଓଡ଼ିଶା ସମାଚାର )- କଟକ – ପାରାଦୀପ ରାସ୍ତାର ଜଇପୁର ଛକରେ ଯାତ୍ରୀ ବିଶ୍ରାମାଗାର , ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଏହି ଛକଟି ଜିଲାର ଏକ ବ୍ୟସ୍ତ ବହୁଳ ଛକ ହୋଇଥିବାବେଳେ ଜିଲା ମୁଖ୍ୟାଳୟରୁ ବନ୍ଦର ନଗରୀ ପାରାଦୀପକୁ ସଂଯୋଗସ୍ଥଳି ଅଟେ । ଏହି ଛକ ଉପରେ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ନିର୍ଭର କରୁଥିବାବେଳେ ଏଠାରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ କୌଣସି ସୁବିଧା କରାଯାଇନାହିଁ । ଖରା ଓ ବର୍ଷା ରୁ ରକ୍ଷା ପାଇବା ପାଇଁ ଯାତ୍ରୀ ବିଶ୍ରାମାଗାର ଟିଏ ନଥିବାବେଳେ ଅସମୟରେ ଶୌଚ ହେବା ପାଇଁ ଶୌଚାଳୟଟିଏ ମଧ୍ୟ ନାହିଁ । ଏପରିକି ଯାତ୍ରୀ ମାନଙ୍କର ପିଇବା ପାଇଁ ପାନୀୟ ଜଳ ର ସୁବିଧା ନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତ୍ୟେକ ଦିନ ଏହି ଛକ ଦେଇ ଜିଲାପାଳ, ଏସପି , ମନ୍ତ୍ରୀ , ବିଧାୟକଙ୍କ ସମେତ ବହୁ ଉଚ ପଦସ୍ଥ ଅଧିକାରୀ ଏହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ କେହି ସାଧାରଣ ଲୋକଙ୍କ ଆବଶ୍ୟକତାକୁ ନଜର ଦେଉନଥିବା ଅଭିଯୋଗ ହେଉଅଛି । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଏଠାରେ ଏକ ଯାତ୍ରୀ ବିଶ୍ରାମାଗାର , ଶୌଚାଳୟ ଓ ସାଧାରଣ ଲୋକଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଛପଡ଼ା ପଂଚାୟତର ନବ ନିର୍ବାଚିତ ସରପଂଚ ଅମିତା ଖୁଂଟିଆ, ସମିତି ସଭ୍ୟ ରଂଜନ କୁମାର ସ୍ୱାଇଁ, ଭକ୍ତ ବତ୍ସଳ ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, ହରିହର ଜେନା, ଅଭୟ ପ୍ରଧାନ ଙ୍କ ସମେତ ଜଇପୁର ବଜାର କମିଟି ଜଗତସିଂହପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.