Tuesday , August 16 2022
Breaking News
Home / ନିର୍ବାଚନ / କଟକରେ ରାଜନୀତି ଉଷ୍ମ,କିଏ ପିନ୍ଧିଵ ମେୟର ମୁକୁଟ ? ନଜରରେ ଵସ୍ତି ଭୋଟ

କଟକରେ ରାଜନୀତି ଉଷ୍ମ,କିଏ ପିନ୍ଧିଵ ମେୟର ମୁକୁଟ ? ନଜରରେ ଵସ୍ତି ଭୋଟ

କଟକ ସଦର, ୦୯/୦୩/୨୦୨୨( ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ବାରବାଟି-କଟକ, ଚୌଦ୍ୱ।ର – କଟକ ଓ କଟକ ସଦର ନିର୍ବାଚନମଣ୍ଡଳୀକୁ ନେଇ ୫୯ ୱ।ର୍ଡ ବିଶିଷ୍ଟ କଟକ ମହାନଗର ନିଗମ ନିର୍ବାଚନ ମଇଦାନରେ ତିନି ପ୍ରମୁଖ ଦଳର ‘ମେୟର ପ୍ରାର୍ଥୀ’। ସେଥିପାଇଁ ଆରମ୍ଭରୁ ସିଲଭର୍ ସିଟି କଟକ ଏଵେ ରାଜନୀତି ପାଇଁ ଉ ଉଷ୍ମ ହେଵାରେ ଲାଗିଛି।ଵସ୍ତି ଭୋଟ ଉପରେ ସଵୁ ଦଳ ଓ ସଵୁ ପ୍ରାର୍ଥୀ ଙ୍କର ରହିଛି ନଜର।କାରଣ ଅତୀତରେ ହୋଇଥିବା ସଵୁ ନିର୍ଵାଚନରେ ପ୍ରାୟ ଵସ୍ତି ଭୋଟ ହିଁ ନିର୍ଣ୍ଣାୟକ ହୋଇଛି।ଏଥର ଵି ସେହି ଏକା ସମାନ ସ୍ଥିତି ଦେଖା ଦେଵାର ଯଥେଷ୍ଟ ସମ୍ଭାବନା ରହିଛି। ସେଥିପାଇଁ ଵସ୍ତି ଭୋଟ ହାତେଇବାକୁ ସମସ୍ତେ ଆରମ୍ଭରୁ ସେମାନଙ୍କର ଷ୍ଟ୍ରାଟେଜୀ ଆରମ୍ଭ କରିଥିବା ଜଣାପଡିଛି। ପ୍ରକାଶ ଯେ ୧୯୯୧ ଜନଗଣନା ଅନୁସାରେ ସିଲଭର୍ ସିଟି କଟକର ଲୋକ ସଂଖ୍ୟା ଥିଲା ୬ ଲକ୍ଷ ୧୦ ହଜାର ୧୮୯।ଏଵେ ତାହା ଵଢି ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ବ ହେବ। ସେଥିରେ ୨୬୪ ପଞ୍ଜିକୃତ ଵସ୍ତିରେ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ସେଠାରେ ଭୋଟରଙ୍କ ସଂଖ୍ୟା ୧ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଏହି ଭୋଟକୁ ଯିଏ ନେଇ ପାରିଵ ସେହି ଜିତାପଟର ସ୍ୱ।ଦ ଚାଖି ପାରିଵ ଵୋଲି ପ୍ରାକ ନିର୍ବାଚନ ସର୍ଵେକ୍ଷଣରୁ ଜଣାଯାଇଛି। ଏଥିପାଇଁ ସର୍ଵହରା ଦଳ ଗଢି ରାଜନୀତିରେ ପାଦ ଥାପିଥିବା ସୁଵାସ ସିଂହ ସଵୁ ସମୟରେ ବସ୍ତିବାସିନ୍ଦା ଙ୍କ ସମସ୍ୟାକୁ ନେଇ ଵିଜେଡି ସରକାର ଙ୍କୁ ଘେରୁଥିଵା ଵେଳେ ଵିଜେଡି ତାଙ୍କୁ କୋଳେଇ ନେବା ପରେ ସଵୁ ଥମ୍ ହୋଇଯାଇଛି। ସେଥିପାଇଁ ନିର୍ବାଚନରେ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେବା ଯଥେଷ୍ଟ ସମ୍ଭାବନା ରହିଛି। ବସ୍ତିବାସିନ୍ଦା ଙ୍କ ଭୋଟ ହାତେଇବାକୁ ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଵଵି ବଳବନ୍ତରାୟ ଓ ଅଖିଳ ଓଡ଼ିଶା ଝୋପଡିପଟ୍ଟି ମହାସଂଘର ସଭାପତି ବୃନ୍ଦାବନ ଦାସ ଆଜାଦ୍ ପ୍ରାର୍ଥୀ ହୋଇଛନ୍ତି। ସେଥିରେ ଯେ ହେତୁ କଟକର ବିଧାୟକ କଂଗ୍ରେସ ଦଳର ମହମ୍ମଦ ମୁକିମ ଅଛନ୍ତି ସେଥିପାଇଁ ତାଙ୍କ ଦଳ ପାଇଁ ହାର ଜିତ୍ ସମ୍ମାନ ର ପ୍ରଶ୍ନ ହୋଇଛି। ସେହିପରି ଵିଜେପି ମଧ୍ୟ ନିର୍ବାଚନ ବୈତରଣୀ ପାର ହେବାକୁ ତାର ରଣକୌଶଳ ପ୍ରସ୍ତୁତି କରିବାରେ ଲାଗି ପଡିଛି।କଟକ ସହରର ସଚେତନ ଭୋଟ ଯୁଆଡକୁ ଗଲେ ସୁଦ୍ଧା ଵସ୍ତି ଭୋଟ ନିଶ୍ଚିତ ଭାବରେ ନିର୍ଣ୍ଣାୟକ ହେଵ ଵୋଲି ରାଜନୈତିକ ସମୀକ୍ଷକମାନେ ମତ ପୋଷଣ କରୁଛନ୍ତି।ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.