Tuesday , August 16 2022
Breaking News
Home / ବିଶେଷ / ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ‘MOS LIVE’ ର ଲୋକାର୍ପଣ

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ‘MOS LIVE’ ର ଲୋକାର୍ପଣ

ଭୁବନେଶ୍ୱର, ୦୯/୦୩/୨୦୨୨( ଓଡ଼ିଶା ସମାଚାର )- ମୁମ୍ବାଇରୁ ପ୍ରକାଶ ପାଉଥିବା ଓଡ଼ିଆ ସମ୍ବାଦପତ୍ର ମୁମ୍ବାଇ ଓଡ଼ିଆ ସମାଜର ଡ଼ିଜିଟାଲ ସଂସ୍କରଣ ‘MOS LIVE’ ର ଲୋକାର୍ପଣ ହୋଇଯାଇଛି ।

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉତ୍କଳ ସାମ୍ବାଦିକ ଭବନ, ଭୁବନେଶ୍ୱରଠାରେ ଆୟୋଜିତ ସମାରୋହରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା  ‘MOS LIVE’ ର ଲୋଗୋ ଉନ୍ମୋଚନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି । ଦୀର୍ଘ ୧୨ ବର୍ଷ ହେବ ମୁମ୍ବାଇ ଓଡ଼ିଆ ସମାଜ ସମ୍ବାଦପତ୍ର ଯେଭଳି ମୁମ୍ବାଇ ଓଡ଼ିଶା ସହ ସାମାଜିକ, ସାଂସ୍କୃତିକ ଓ ଭାଗବତ ସମ୍ପର୍କ ବଜାୟ ରଖିଆସୁଛି, ସେହିଭଳି ଭାବେ ‘MOS LIVE’ ଡ଼ିଜିଟାଲ ଏସବୁକୁ ତ୍ୱରାନ୍ୱିତ କରିବାରେ କାମ କରିବ ବୋଲି ଏହାର ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର କହିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହାର ଶୁଭାରମ୍ଭ ହୋଇଥିବାରୁ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ଜଣ ବିଶିଷ୍ଟ ମହିଳାଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.