Wednesday , May 18 2022
Breaking News
Home / କ୍ରୀଡ଼ା / ମାଆ ସ୍ୱର୍ଣ୍ଣଦେବୀ ଫୁଟବଲ ଆସୋସିଏସନ,ବଉଳକୁଦର ତୃଣମୂଳ ଫୁଟବଲ ଖେଳାଳୀଙ୍କୁ ପ୍ରୋତ୍ସାହନ

ମାଆ ସ୍ୱର୍ଣ୍ଣଦେବୀ ଫୁଟବଲ ଆସୋସିଏସନ,ବଉଳକୁଦର ତୃଣମୂଳ ଫୁଟବଲ ଖେଳାଳୀଙ୍କୁ ପ୍ରୋତ୍ସାହନ

କଟକ,୦୮/୦୩/୨୦୨୨( ଓଡ଼ିଶା ସମାଚାର): କଟକ ଜିଲ୍ଲା କ୍ରୀଡା ସଂସଦ ତରଫରୁ ୪୨ ମୌଜ଼ା ବଉଳକୁଦ ଗ୍ରାମ “ମାଆ ସ୍ୱର୍ଣ୍ଣଦେବୀ ଫୁଟବଲ ଆସୋସିଏସନ”ର ତୃଣମୂଳ ଫୁଟବଲ ଖେଳାଳୀମାନଙ୍କୁ ଖେଳ ପୋଷାକ ଏବଂ ଫୁଟବଲ ପ୍ରଦାନ କରାଯାଇଥିଲା । କଟକ ଜିଲ୍ଲା ତରଫରୁ ଫୁଟବଲ ସମ୍ପାଦକ ଶ୍ରୀ ହୃଷିକେଶ ବେହେରା, ଓଡିଶାର ସୁନାମଧନ୍ୟ ଫୁଟବଲ ପ୍ରଶିକ୍ଷକ ମହମଦ ସହିଦ ଜବାର (ଗୁଡ଼ନ), ପୂର୍ବତନ ସନ୍ତୋଷଟ୍ରଫି ଖେଳାଳି ତୈରୁଲ ହୋଦା, ଆଶିଷ କୁମାର ନନ୍ଦୀ ଏବଂ ୪୨ ମୌଜ଼ା ର ପୁରାତନ ଖେଳାଳି ବିଳାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ଖେଳର ବିକାଶ ନିମନ୍ତେ ଉପାଦେୟ ଶିକ୍ଷାମାନ ପ୍ରଦାନ କରିଥିଲେ । ବଉଳକୁଦ କ୍ଲବର ସଭାପତି ଅନିଲ କୁମାର ଦାସ, ସମ୍ପାଦକ ଅମରେଶ ଦେବତା, ପ୍ରଶିକ୍ଷକ କୁନା ଦାସ,ବୟଜ୍ୟେଷ୍ଠ ଖେଳାଳି ନୁର ବେହେରାଙ୍କ ସହିତ କ୍ଲବର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସନ୍ତୋଷ କୁମାର ବେହେରା ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର

About admin

Check Also

ସୁନିଲ୍ ମେମୋରିଆଲ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଵସ୍ତପଡା କ୍ରିକେଟ – ୨୦୨୨ ଉଦଯାପିତ, ଭୂଵନେଶ୍ୱର ରୟାଲ ଟିମ୍ ଵିଜୟୀ

କଟକ ସଦର, ୧୪/୦୩/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵସ୍ତପଡା କ୍ରିକେଟ କ୍ଲବ ୨୦୨୨ ପକ୍ଷରୁ ସୁନିଲ୍ …

Leave a Reply

Your email address will not be published. Required fields are marked *