ଗରଦପୁର,୦୮/୦୩/୨୦୨୨( ଓଡ଼ିଶା ସମାଚାର )- ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ରୁ ନିଆଁ ଲାଗି ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ରାହାଁଳ ଗ୍ରାମର ଚୈତନ୍ୟ ବିଶ୍ୱାଳଙ୍କ ର ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷତିଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ରୁ ଜଣାପଡ଼ିଛି ଯେ ଶ୍ରୀ ବିଶ୍ୱାଳଙ୍କର କୋଠାଘର ହୋଇଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ରୁ ନିଆଁ ଲାଗି ଗୋଟିଏ ବଖରା ଘରେ ଥିବା ସମସ୍ତ ଦରକାରୀ କାଗଜପତ୍ର, ଆସବାବପତ୍ର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ସୌଭାଗ୍ୟ ବସତଃ ଘରୁ ପରିବାରର ସମସ୍ତ ସଦସ୍ୟ ବାହାରକୁ ଚାଲିଆସିଥିବାରୁ କେହି ମୃତ କିମ୍ବା ଆହତ ହୋଇନାହାନ୍ତି । ପ୍ରଥମେ ଗ୍ରାମବାସୀମାନେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ । ପରେ କୋରୁଆସ୍ଥିତ ଅଗ୍ନୀଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ଓଡ଼ିଶା ସମାଚାର
