Tuesday , August 16 2022
Breaking News
Home / ବିଶେଷ / ବାଲିଆ ଦୋଳ ମେଲଣ ପାଇଁ ପ୍ରସ୍ତୁତି ବୈଠକ

ବାଲିଆ ଦୋଳ ମେଲଣ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୦୮/୦୩/୨୦୨୨( ଓଡ଼ିଶା ସମାଚାର )- ଚଳିତବର୍ଷର ଦୋଳ ମେଲଣ ପାଇଁ ବାଲିଆ ମେଲଣ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ପାଣ୍ଡିରିସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡା. ବିଶ୍ୱ ପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲିଆ ମେଲଣ ମୁଖ୍ୟ ତାରାପ୍ରସାଦ କାନୁନଗୋଙ୍କ ସମେତ ବିଭିନ୍ନ ଅଂଚଳର ପ୍ରାୟ ୬୩ଟି ମଠବାଡିର କର୍ମକର୍ତାମାନେ ଯୋଗ ଦେଇଥିଲେ । ବୈଠକରେ ମେଲଣ ପରିଚାଳନା ନେଇ ବିଭିନ୍ନ ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା । ତେବେ ପ୍ରଥମ ମେଲଣ ଭାବେ ମାର୍ଚ୍ଚ ୧୪ତାରିଖ ଏକାଦଶୀ ତିଥିରେ ପୋଟଳୀ ମାତାମଠ ମେଲଣ ଅନୁଷ୍ଠିତ ହେବ । ଚଳିତ ମେଲଣରେ ଠାକୁରଙ୍କ ଭୋଗ ଖାଇବା ସମୟ ନିର୍ଘଂଟ ଏବଂ ମେଲଣରେ ପ୍ରବେଶ ପ୍ରସ୍ଥାନ ସମୟ ପ୍ରଭୃତି ଧାର୍ଯ୍ୟ କରାଯାଇଥିଲା । ବୈଠକରେ ମେଲଣ ପାଇଁ ଧାର୍ଯ୍ୟ ନୀତି ନିୟମ ପାଳନ ପାଇଁ ସହମତି ପ୍ରକାଶ ପାଇଥିଲା । ଏହି ଅବସରରେ ଜମଧର ଓ କୁଶିଆପାଳ ସରପଂଚଙ୍କ ସମେତ ମଠମନ୍ଦିର କର୍ତୃପକ୍ଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପାଣ୍ଡିରି ଲକ୍ଷ୍ମୀନାରାୟଣ ମନ୍ଦିର ମହନ୍ତ ଜୀବନାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.