Tuesday , August 16 2022
Breaking News
Home / ବିଶେଷ / ଟ୍ରାକ୍ଟର ଚୋରକୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଲେ

ଟ୍ରାକ୍ଟର ଚୋରକୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଲେ

ଗରଦପୁର, ୦୮/୦୩/୨୦୨୨( ଓଡ଼ିଶା ସମାଚାର )- ପାଟକୁରା ଥାନା ଅନ୍ତର୍ଗତ ପ୍ରଧାନ ପଟିକିରା ଗ୍ରାମର ଜିତେନ୍ଦ୍ର କୁମାର ରାଉତରାୟ ଙ୍କ ଟ୍ରକ୍ଟର ରୁ ବ୍ୟାଟେରୀ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଚୋରୀ କରୁଥିବାବେଳେ ଚୋରକୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି । ଘଟଣାସ୍ଥଳରୁ ଆଉ ୨ ଜଣ ଚୋର ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ଆଜି ରୁଜୁ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ପ୍ରଧାନ ପଟିକିରା ଗ୍ରାମର ଜିତେନ୍ଦ୍ର କୁମାର ରାଉତରାୟଙ୍କର ଏକ ଟ୍ରାକ୍ଟର ଥିଲା । ଟ୍ରାକ୍ଟର ଟି ଘର ବାଡ଼ି ରେ ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଜିତନ୍ଦ୍ରେ ଓ ତାଙ୍କ ପୁଅ ପରିସ୍ରା ପାଇଁ ବାହାରକୁ ଉଠିଥିଲେ । ଏହି ସମୟରେ ଟ୍ରାକ୍ଟର ପାଖରେ ଖଡ଼ ଖାଡ଼ ଶବ୍ଦ ଶୁଭିବାରୁ ଜିତେନ୍ଦ୍ର ଟର୍ଚ୍ଚ ଲାଇଟ ପକାଇଥିଲେ । ଘର ମାଲିକ ଉଠିବା ଦେଖି ଚୋରମାନେ ଦୌଡ଼ିବାକୁ ଆରମ୍ଭ କରିଥିଲେ । ଚୋରକୁ ଧରିବା ପାଇଁ ଚେଷ୍ଟା କରିବାରୁ ଗୋଟିଏ ଚୋର ହାତରେ ଧରିଥିବା ପିସ୍ତଲ ଦେଖାଇ ଭୟଭିତ କରି ଦୌଡ଼ି ଗହୀର ଆଡ଼କୁ ପଳାଇଥିଲା । ଅନ୍ୟ ଜଣେ ଚୋର ବାଡ଼ି ବାଟ ଦେଇ ପଳାଇଯିବାକୁ ଚେଷ୍ଟା କରୁଥିବାବେଳେ ଜିତେନ୍ଦ୍ର ପ୍ରତିରୋଧ କରିବାରୁ ସେ ଜିତେନ୍ଦ୍ରକୁ ପ୍ଲାସ ରେ ଆକ୍ରମଣ କରି ଦୌଡ଼ିବାକୁ ଲାଗିଥିଲା । ତେବେ ଅନ୍ଧାରରେ ଦୌଡ଼ୁଥିବାବେଳେ ବାଟ ନପାଇ ଏକ ଗାଡ଼ିଆ ଭିତରେ ପଡ଼ି ଉପରକୁ ଗଲାବେଳେ ସିମେଂଟ କୁଣ୍ଡରେ ବାଡ଼େଇ ହୋଇ ତଳେ ପଡ଼ିଯାଇଥିଲା । ଫଳରେ ଜିତେନ୍ଦ୍ର ଚୋରକୁ ମାଡ଼ିବସିଥିଲା । ତାର ନାମ ପିତାମ୍ବର ବୋଲି ଜଣାପଡ଼ିଛି । ଏହି ସମୟରେ ବଡ଼ ପାଟିରେ ଚିତ୍କାର କରିବାରୁ ଗାଁ ଲୋକ ଓ ପରିବାର ଲୋକ ଉଠିପଡ଼ିଥିଲେ । ଏହି ସମୟରେ ମୋଟର ସାଇକେଲ ରେ ବସିଥିବା ଅନ୍ୟ ଏକ ଚୋରଟି ଗାଡ଼ି ଷ୍ଟାର୍ଟ କରି ଖସି ପଳାଇଥିଲା । ଗ୍ରାମବାସୀମାନେ କାବୁ ହୋଇଥିବା ଚୋରକୁ ଧରି ପଚରା ପଚରି କରିବାରୁ ତାର ନାମ ପିତାମ୍ବର ନାୟକ , ଗ୍ରାମ ଛକନା ଥାନା କେନ୍ଦ୍ରାପଡ଼ା ସଦର ବୋଲି କହିଥିଲା । ଏହାପରେ ସେ ଅନ୍ୟ ଫେରାର ୨ ଜଣ ଙ୍କ ନାମ ମଧ୍ୟ ପ୍ରକାଶ କରିଥିଲା । ଗୋଲକ ମଳିକ ଗ୍ରାମ ଭାରିଗୋଳ ଥାନା ପାଟକୁରା ଓ ପିଂଟୁ ଗ୍ରାମ ଛକନା ଥାନା କେନ୍ଦ୍ରପଡ଼ା ସଦର ବୋଲି ପ୍ରକାଶ କରିଥିଲା । ଘଟଣା ସମ୍ପର୍କରେ ଥାନାକୁ ଖବର ଦିଆଯାଇଥିଲା । ସକାଳୁ ସକାଳୁ ପୋଲିସ ପହଂଚି ଚୋରକୁ ଗିରଫ କରି ଥାନାକୁ ଆଣିଥିଲେ । ଜିତେନ୍ଦ୍ରଙ୍କ ଲିଖିତ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରିଛି । ଉଲେଖନୀୟ ଏହିକି ଏହି ଚୋରୀ ଘଟଣା ପୂର୍ବରୁ ମଧ୍ୟ ଟ୍ରାକ୍ଟର ରୁ ୩ ଥର ବ୍ୟାଟେରୀ, ସେଲ୍ଫ, ଗାଡ଼ିର ଅନ୍ୟାନ୍ୟ ବହୁ ମୂଲ୍ୟବାନ ଯନ୍ତ୍ରାଂଶ ଚୋରୀ ହୋଇଥିଲା । ସେ ସମ୍ପର୍କରେ ମଧ୍ୟ କୁଦାନଗରୀ ଫାଣ୍ଡିରେ ଅଭିଯୋଗ କରାଯାଇଥିଲା । କିନ୍ତୁ ଚୋର ଚିହ୍ନଟ ଓ ଚୋରୀ ଜିନିଷ ଉଦ୍ଧାର ହୋଇପାରିନଥିଲା । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.