ଜୁନାଗଡ଼ , ୦୮/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ୪ ଜଣ ପ୍ରାଥି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରଛନ୍ତି। ଏଥି ନେଇ ପୁରା ସହର ଚଳଚଞ୍ଚଳ ହୋଇ ଉଠିଥିଲା।ବିଜେଡ଼ି ଦଳ ପକ୍ଷରୁ ପୁର୍ବତନ ନଗରପାଳ ମହେଶ ସାହୁ ଅଧ୍ୟକ୍ଷ ପ୍ରାଥି ରହିଥିବାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ ପ୍ରାଥି ସହ ଶତାଧିକ ସମର୍ଥକଙ୍କ ଗହଣରେ ବାଜା ଡିଜେ ବାଦ୍ୟର
ତାଳେ ତାଳେ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରି ଏନଏସି କାର୍ୟ୍ୟାଳୟରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିପରି ବିଜେପି ଦଳରୁ ଜିଲ୍ଲା ପୌରାଞ୍ଚଳ ସଂଯୋଜକ ତଥା ପୂର୍ବତନ ପାରିଷଦ ମୁକେଶ ଅଗ୍ରୱାଲ ଏବଂ କଂଗ୍ରେସ ଦଳରୁ ଯୁବ ନେତା ତଥା ନଗର ସଭାପତି ପ୍ରଭାତ ଦାସ ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସ୍ୱାଧୀନ ପ୍ରାର୍ଥୀ ଭାବେ ଅର୍ଚନା ଦାସ ଜଣେ ମାତ୍ର ଏହି ପଦପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସେହିପରି ୧୨ ଟି ୱାର୍ଡ ସଭ୍ୟ ପାଇଁ ୩୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଡା ସୁରକ୍ଷା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ବିଜେପିର ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର ସମେତ ବିଭିନ୍ନ ଦଳର କର୍ମକର୍ତ୍ତା ସମର୍ଥକ ଉପସ୍ଥିତ ରହି ଥିଲେ।ଓଡ଼ିଶା ସମାଚାର
