Saturday , August 13 2022
Breaking News
Home / ନିର୍ବାଚନ / ଜଗତସିଂହପୁର ଜିଲ୍ଲାରେ ପୌର ନିର୍ବାଚନ ନିମନ୍ତେ ରାଜନୈତିକ ଦଳ ମାନଙ୍କ ସହ ବୈଠକ

ଜଗତସିଂହପୁର ଜିଲ୍ଲାରେ ପୌର ନିର୍ବାଚନ ନିମନ୍ତେ ରାଜନୈତିକ ଦଳ ମାନଙ୍କ ସହ ବୈଠକ

ଜଗତସିଂହପୁର, ୦୮/୦୩/୨୦୨୨( ଓଡ଼ିଶା ସମାଚାର )-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାରେ ପୌର ନିର୍ବାଚନ ସ୍ୱଛ,ଅବାଧ,ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରାମତୀ ପାରୁଲ୍ ପଟାଓରୀ କହିଲେ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ଓ ପାରାଦ୍ୱୀପ ପୌର ପରିଷଦ ପାଇଁ ସାଧାରଣ ନିର୍ବାଚନ ମାର୍ଚ୍ଚ ୨୪ ତାରିଖରେ ଅନୁଷ୍ଠିତ ହେବ । ଜିଲ୍ଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତା ସଚେତନ ହେବା ସହ ପୂର୍ଣ୍ଣ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ୨୫ ଫେବୃୟାରୀରୁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ପ୍ରତ୍ୟେକ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ କଡାକଡି ପାଳନ କରିବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି ଆଦର୍ଶ ଆଚରଣ ବିଧି ତଦାରଖ ନିମନ୍ତେ ନୋଡାଲ ଅଧିକାରୀ ଭାବେ ନିୟୋଜିତ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । ବୈଠକରେ ଜିଲ୍ଲାର ସାଧାରଣ ପର୍ଯ୍ୟବେକ୍ଷକ ତଥା-ସ୍ୱତନ୍ତ୍ର ସଚିବ କୃଷି ଓ କୃଷକ ସଶକ୍ତିକରଣ ଶ୍ରୀ ମଧୁସୂଦନ ମିଶ୍ର ଉପସ୍ଥିତ ରହି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ନିମନ୍ତେ ସମସ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କର ସହଯୋଗ ଲୋଡିଥିଲେ । ଆଦର୍ଶ ଆଚରଣ ବିଧି ସଂପର୍କରେ ସମସ୍ତେ ଅବଗତ ଅଛନ୍ତି । ଶ୍ରୀ ମଧୁସୂଦନ ମିଶ୍ର ଜଗତସିଂହପୁର ଜିଲ୍ଲା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ସାଧାରଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ଜଗତସିଂହପୁର ପୌର ନିର୍ବାଚନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ଓ ପାରାଦ୍ୱୀପ ପୌର ନିର୍ବାଚନ ନିମନ୍ତେ ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ନିର୍ବାଚନ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି । ବୈଠକରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ କହିଲେ ଫେବୃୟାରୀ ୨୫ ତାରିଖରୁ ମାର୍ଚ୍ଚ ୨୬ ତାରିଖ ପର୍ଯନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଧର୍ମାନୁଷ୍ଠାନ,ସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ ମାନଙ୍କରେ ନିର୍ବାଚନୀ ବୈଠକ,ମତ ପ୍ରଚାର,କର୍ମୀ ସମ୍ମିଳନୀ ହୋଇପାରିବ ନାହିଁ । ସମସ୍ତ ରାଜନୈତିକଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସହଯୋଗ କରିବେ । ନିର୍ବାଚନୀ ସଭା ଓ ପ୍ରୋସେସନ୍ ନିମନ୍ତେ ନିର୍ବାଚନ ଅଧିକାରୀଙ୍କ ଠାରୁ ପୂର୍ବରୁ ଅନୁମତି ନେବାକୁ ପଡିବ । ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟ୍ ଙ୍କୁ ନିର୍ବାଚନୀ ସଭା ଓ ପ୍ରୋସେସନ୍ ସଂପର୍କରେ ଆଗରୁ ଅବଗତ କରାଇବେ । କୌଣସି ପ୍ରାର୍ଥୀ ଓ ନେତାଙ୍କର ଚରିତ୍ର ସଂହାର କରିପାରିବେ ନାହିଁ । ସରକାରୀ କାର୍ଯ୍ୟାଳୟ ଓ ବ୍ୟକ୍ତି ବିଶେଷଙ୍କ ଘର ସମ୍ମୁଖରେ ପିକେଟିଂ କରିପାରିବେ ନାହିଁ । ଲାଉଡ୍ ସ୍ପିକର ବ୍ୟବହାର ନିମନ୍ତେ ଉପ-ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡିବ । ରାତ୍ର ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲାଉଡ୍ ସ୍ପିକର ବ୍ୟବହାର କରିପାରିବେ ନାହିଁ । ନିର୍ବାଚନ ଶେଷ ହେବାର ୪୮ ଘଂଟା ପୂର୍ବରୁ ଅଥବା ୨୨ ମାର୍ଚ୍ଚ ଅପରାହ୍ନ ୫ଟା ଠାରୁ ଲାଉଡ୍ ସ୍ପିକର ବ୍ୟବହାର ବନ୍ଦ ରହିବ । ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ,ଧର୍ମାନୁଷ୍ଠାନ,ସର୍ବସାଧାରଣ ରାସ୍ତାରେ ପୋଷ୍ଟର,ବ୍ୟାନର,ପାମ୍ପେଲେଟ,ହୋଡିଂ,ଓାଲ ରାଇଟିଂକୁ ନିଷେଧ କରାଯାଇଛି । ନିର୍ବାଚନ ନିମନ୍ତେ ବ୍ୟବହୃତ ପୋଷ୍ଟର,ବ୍ୟାନର ଇତ୍ୟାଦି ଛାପା ମୁଦ୍ରଣରେ ପ୍ରିନ୍ଟର ଓ ପବ୍ଲିଶରଙ୍କ ନାମ ଉଲ୍ଲେଖ ରହିବ । ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ୫ଟାରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ସଂପୃକ୍ତ ପୌରାଂଚଳରେ କୌଣସି ଦେଶୀ ଓ ବିଦେଶୀ ମଦ ବିକ୍ରୀ ଓ ବ୍ୟବହାର ଉପରେ ରାଜ୍ୟ ନିର୍ବାଚନ ଆୟୋଗ କଟକଣା ଜାରୀ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.