Thursday , June 30 2022
Breaking News
Home / କୃଷି / କାକୁଡ଼ି ( କୃଷି ଓ ସ୍ୱାସ୍ଥ୍ୟ ବିଶେଷ)

କାକୁଡ଼ି ( କୃଷି ଓ ସ୍ୱାସ୍ଥ୍ୟ ବିଶେଷ)

ଖରାଦିନିଆ ଭାରତୀୟ ପରିବା ମଧ୍ୟରେ କାକୁଡ଼ି ହେଉଛି ଅନ୍ୟତମ ।ଏହା ବର୍ଷକ୧୨ମାସ ବଜାରରେ ମିଳିଥାଏ । ଅନ୍ୟଋତୁମାନଙ୍କ ଅପେକ୍ଷା ଏହି ସମୟରେ କାକୁଡିରବ୍ୟବସାୟ୫୦% ଅଧିକ ବଢିଯାଏ । ପ୍ରାୟ ୩,୦୦୦ ବର୍ଷ ପୂର୍ବେ ଭାରତରେ ଏହାର ଚାଷ ଆରମ୍ଭ ହୋଇଥିଲା ।କାକୁଡିରେ ୯୫% ଜଳୀୟ ଅଂଶ ରହିଛି ।ସେଥିପାଇଁ ଡାକ୍ତରମାନେ ମୋଟାଲୋକଙ୍କୁ କାକୁଡି ପ୍ରଚୁର ପରିମାଣରେ ଖାଇବା ପାଇଁ ଉପଦେଶ ଦିଅନ୍ତି । ଏହାର ବ୍ୟବହାର ଆମର ଦୈନନ୍ଦିନକାମରେ ମଧ୍ୟ ଆସିଥାଏ । ଜୋତା ସଫା କରିବାପାଇଁ କାକୁଡି ଥରେ ବ୍ୟବହାର କଲେ ଆପଣ ଫରକ ଜାଣିପାରିବେ । ଏପରିକି ଚମଡା ଜୋତାକୁ ମଧ୍ୟ ଏହାପରିଷ୍କାର କରିଦିଏ । ଏଥିରେ ଥିବା ଜଳର କୌଣସି କୁପ୍ରଭାବ ଜୋତା ଉପରେ ପଡିନଥାଏ । ମୁଣ୍ଡବିନ୍ଧା ରୋଗୀ ଶୋଇବା ପୂର୍ବରୁ ଫାଳେ କାକୁଡି ଖାଇନିଅନ୍ତୁ । ଦେଖବେ ସକାଳୁ ଆପଣଙ୍କୁ କିପରି ଆରାମ ଲାଗିବ? ଇଜିପ୍ଟ ସୁନ୍ଦରୀ କ୍ଲିଓପାଟ୍ରା ନିଜର ସୌନ୍ଦର୍ଯ୍ୟ ପାଇଁ ନିୟମିତ କାକୁଡି ଆଚାର ଖାଉଥିଲେ ।ଆଜିକା ଦିନରେ ୮୧% ବ୍ରିଟିଶ ନାଗରିକ ପ୍ରତ୍ୟେକ ଦିନ ସକାଳଜଳଖିଆରେ କାକୁଡିକୁ ପାଉଁରୁଟି ସହ ଖାଇବାକୁ ଭଲପାନ୍ତି । ସେମାନଙ୍କ ଭାଷାରେ ଏହାକୁ ଇଂଗ୍ଲିସ୍ ସାଣ୍ଡୱିଚ କୁହାଯାଏ । ମୁମ୍ବଇ ସିନେ ଜଗତର୯୯% ଅଭିନେତ୍ରାଙ୍କର ପ୍ରିୟ ଖାଦ୍ୟରେ କାକୁଡି ସ୍ଥାନ ପାଇଛି । ଇଜିପ୍ଟବାସୀଙ୍କର ପ୍ରିୟ ଫଳରସ ହେଉଛି କାକୁଡି ଜୁସ ।
ଏହିପରି କାକୁଡ଼ିର ଉପକାରିତା ଥିବାରୁ ଏହି କାକୁଡ଼ିର ଯଥେଷ୍ଟ ଚାହିଦା ରହିଛି । ବିଶେଷ କରି ଖରା ଦିନରେ ଏହାର ଚାହିଦା ବହୁତ୍ ଅଧିକ । ଏହାର ବଜାର ଦର ମଧ୍ୟ ଭଲ । ବର୍ତମାନ ସର୍ମରେ କାକୁଡ଼ି କେଜି ୩୦ ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ଏଣୁ ଏହାକୁ ଚାଷୀଭାଇମାନେ ଚାଷ କଲେ ଭଲ ଳାଭ ପାଇ ପାରିବେ ।

About admin

Check Also

ଦୈନିକ କରୋନା ସଂକ୍ରମିତ ସଂଖ୍ୟା ଦୁଇ ଶତକ ମୁହାଁ , ୨୪ ଜଣ ଶିଶୁ ଙ୍କ ସମେତ ୧୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ସ୍ଥିର

ଭୁବନେଶ୍ୱର ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *