Tuesday , September 27 2022
Breaking News
Home / ରାଜନୀତି / ଵିଜୁ ଜନତା ଦଳରେ ସାମିଲ୍ ହେଲେ କିଶନନଗର ସରପଞ୍ଚ

ଵିଜୁ ଜନତା ଦଳରେ ସାମିଲ୍ ହେଲେ କିଶନନଗର ସରପଞ୍ଚ

କଟକ ସଦର, ୦୭/୦୩/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ରାଜନିତୀ ଆଗରେ ସଵୁ ହାର ମନାଯାଏ ଵୋଲି ପୂର୍ଵର କଳ୍ପନାଜଳ୍ପନା ଵାସ୍ତଵରେ ଆଜି କିଶନନଗର ପଞ୍ଚାୟତରେ ସତ ପ୍ରମାଣିତ ହୋଇଥିଵା ଚର୍ଚ୍ଚା ଯୋର ଧରିଛି। କାଲି ଯିଏ ଅଲଗା ଅଲଗା ଗୋଟିଏ ଗାଁ ଵିଶ୍ୱ।ଳପଡାର ଦୁଇ ପ୍ରାର୍ଥିନୀ ସରପଞ୍ଚ ଭାବେ ଲଢେଇ କରୁଥିଲେ ତାହା ସଦରକୁ ପୁରା ଚକିତ କରିଦେଇଥିଲା। ସମସ୍ତଙ୍କର ନଜର ରହିଥିଲା ଏହି ପଞ୍ଚାୟତ ଉପରେ। ଗୋଟିଏ ପଟେ ଵିଜେଡି ସମର୍ଥିତ ପ୍ରାର୍ଥିନୀ ଭାଵେ ଜିଲ୍ଲାପରିଷଦ ସଭ୍ୟ ଵିଳାସ ମଲ୍ଲିକ ଙ୍କ ପତ୍ନୀ ସରସ୍ଵତୀ ମଲ୍ଲିକ ଲଢ଼ୁଥିବା ଵେଳେ ତାଙ୍କ ବିପକ୍ଷରେ ଥିଲେ ନବାଗତା ସୁଜାତା ସେଠୀ। ସରସ୍ଵତୀ ଙ୍କ ପାଇଁ ସ୍ୱ।ମୀ ଵିଳାସ ଜିତାଇଵାକୁ କଳ ଵଳ କୈ।ଶଳ ସଵୁ ଲଗାଇ ଦେଇଥିଵା ଵେଳେ ସୁଜାତା ଙ୍କ ପାଇଁ ଲଗାତର ଦୁଇଥର ସରପଞ୍ଚ ଥିଵା କଂଗ୍ରେସ ସରପଞ୍ଚ ରଂଜିତା ମହାନ୍ତି,ତାଙ୍କ ସ୍ୱାମୀ ବରିଷ୍ଠ କଂଗ୍ରେସ ନେତା ଦିଲିପ ମହାନ୍ତି,କିଶୋର ଜେନା ପ୍ରମୁଖ ଵହୁ ଆଗଧାଡିର ନେତା କାର୍ୟ୍ୟ କରୁଥିଲେ। ଏଥିରେ ସୁଜାତା ସେଠୀ ଏକ ହଜାରରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଙ୍କୁ ହରାଇ ନିର୍ବାଚିତ ହେଲେ। ହେଲେ ନିର୍ବାଚନ ଗଣତିର ମାତ୍ର ଦିନ କେଇଟା ନଜାଉଣୁ ସୁଜାତା ଵିଜେଡି ପତାକା ତଳେ ସେହି ଵିଳାସଙ୍କ ଉଦ୍ୟମରେ ମିଶିଵାକୁ ନେଇ ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହାର ଜଵାଵ ଲୋକେ ଠିକଣା ସମୟରେ ନେଵେ ବୋଲି ସୁଜୋଗକୁ ଅପେକ୍ଷା କରିଥିଵା କହିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.