Tuesday , August 9 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ମା ଗୋଜବାୟାଣୀ ପୀଠକୁ ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ଓ ସାମଗ୍ରିକ ବିକାଶ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ –

ମା ଗୋଜବାୟାଣୀ ପୀଠକୁ ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ଓ ସାମଗ୍ରିକ ବିକାଶ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ –

ମୁଖ୍ୟମନ୍ତ୍ରୀଙ୍କୁ ତେଜେଶ୍ଵର ପରିଡ଼ା ଲେଖିଥିଲେ ପତ୍ର

କେନ୍ଦ୍ରାପଡ଼ା, ୦୭/୦୩/୨୦୨୨ (ଓଡିଶା ସମାଚାର)-ରାଜ୍ୟର ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବାଘଡ଼ିଆ ଠାରେ ଅବସ୍ଥିତ ମା ଗୋଜବାୟାଣୀ ପୀଠକୁ ସରକାରୀ ଭାବେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଓ ପୀଠର ସାମଗ୍ରିକ ବିକାଶ ପାଇଁ ପୂର୍ବତନ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ସଭାପତି ତେଜେଶ୍ୱର ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଗତ 16th ଡ଼ିସେମ୍ବର 2019 ରେ ଚିଠି ଲେଖି ଅନୁରୋଧ କରିବା ପରେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।

ଏହାର ଠିକ ପରଦିନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ତରଫରୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଚିଠି ସଂଖ୍ୟା – 42842/CSO dated 17.12.2021 ମାଧ୍ୟମରେ ଏହି ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଗଲା ।

ଏହା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଚିଠି ସଂଖ୍ୟା 1303/TSM dated 09.02.2022 ରେ ରାଜ୍ୟ ଦେବୋତ୍ତର ଆୟୁକ୍ତ (Commissioner of Endowment, Odisha) ଙ୍କୁ ତେଜେଶ୍ୱର ପରିଡ଼ା, ମା ଗୋଜବାୟାଣୀ ପୀଠକୁ ସରକାରୀ ମାନ୍ୟତା ଓ ଏହାର ସାମଗ୍ରିକ ଉନ୍ନତିକରଣ ପାଇଁ କରିଥିବା ଅନୁରୋଧ ପତ୍ର ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି ।

ଏହା ସହିତ ରାଜ୍ୟ ପର୍ଯ୍ୟଟନ ବିଭାଗ ଚିଠି ସଂଖ୍ୟା 1304 dated 09.02.2022 ରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠି (Special Problem Fund) ବ୍ୟବହାର କରି ଏହି ପୀଠର ବିକାଶ ପାଇଁ କରାଯାଇଥିବା ସମସ୍ତ ୧୫ଟି ଦାବି ଗୁଡିକର ସମାଧାନ ଓ ଆବଶ୍ୟକୀୟ ବିକାଶ ପାଇଁ କୁହାଯାଇଛି  ।

ତେଜେଶ୍ୱର ପରିଡ଼ା ଏ ବିଷୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜଙ୍କ ସହ ଆଲୋଚନା କରିବା ପରେ ଜାଣିବାକୁ ପାଇଲେ ଯେ ଜିଲ୍ଲାପାଳ ମହୋଦୟ, କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସହ ଏହି ବିଷୟରେ ଆଲୋଚନା କରିଛନ୍ତି ଓ ମା ଗୋଜବାୟାଣୀ ପୀଠର ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପ୍ରସ୍ତାବ ପଠାଇବା ପାଇଁ ନିର୍ଦେଶ ଦେଇଛନ୍ତି ।

ଏହି ସମ୍ପର୍କରେ ମାର୍ଶାଘାଇ ବିଡ଼ିଓ ତଥା ତହସିଲଦାର (BDO cum Tehsildar) ଉମାଶଙ୍କର ବେହେରା ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ (District Tourism Officer) ହିମାଳୟା ତ୍ରିପାଠୀ ଙ୍କ ସହ ତେଜେଶ୍ୱର ପରିଡ଼ା ଅନେକ ଥର ଆଲୋଚନା କରି ଅନୁରୋଧ କରିଛନ୍ତି ଓ ସମସ୍ତ ସହଯୋଗ ପାଇଁ ସେମାନେ ପ୍ରତିଶୃତି ଦେଇଛନ୍ତି ।

ମା ଗୋଜବାୟାଣୀ ପୀଠକୁ ସରକାରୀ ଭାବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ, ମା ଗୋଜବାୟାଣୀ ପୀଠର ସାମଗ୍ରିକ ଉନ୍ନୟନ ଓ ପାରିପାର୍ଶ୍ଵିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ପନ୍ଦର (୧୫) ଟି ପ୍ରସ୍ତାବ ଉପରେ ଆଜି (7th March 2022) ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ଦେବୋତ୍ତର ଆୟୁକ୍ତ (Endowment Commissioner, Odisha) ଶ୍ରୀଯୁକ୍ତ ଶିଶିର କୁମାର ରଥ ତାଙ୍କର ଭୁବନେଶ୍ୱର ସ୍ଥିତ କାର୍ଯ୍ୟ୍ୟାଳୟ ଏବଂ ଅପରାହ୍ନରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦେଶକ (Tourism Director, Odisha) ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଧବ ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନ ଠାରେ ବ୍ୟକ୍ତିଗତ ଭାବେ ତେଜେଶ୍ୱର ପରିଡ଼ା ଭେଟି ସବିଶେଷ/ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସେମାନଙ୍କର ସହଯୋଗ ଲୋଡିଛନ୍ତି  ।

ଉଭୟ ରାଜ୍ୟ ଦେବୋତ୍ତର ଆୟୁକ୍ତ ଓ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ଚେଷ୍ଟା ଓ ସହଯୋଗ କରିବା ପାଇଁ ଆଜି ଶ୍ରୀ ତେଜେଶ୍ୱର ପରିଡ଼ାଙ୍କୁ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.