Tuesday , August 9 2022
Breaking News
Home / ବିଶେଷ / ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ପକ୍ଷରୁ ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳିତ

ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ ପକ୍ଷରୁ ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳିତ

ମାହାଙ୍ଗା ୦୭/୦୩/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )- ପ୍ରବାଦପୁରୁଷ ବିଜୁବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ମାହାଙ୍ଗା ଆଞ୍ଚଳିକ ଟାଇଗର କ୍ଲବ କୁଆଁପାଳ ପକ୍ଷରୁ ରାଷ୍ଟ୍ରନାୟକ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଭୂମିପୁତ୍ର ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ଉତ୍ସବ ଅନୁଷ୍ଠାନର ସଭାପତି ତଥା ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକାର ଏଡିଟର ଓ କ୍ୟାପିଟାଲ ଫ୍ରେଣ୍ଡସ୍ ଆସୋସିଏସନ ଭୁବନେଶ୍ଵର ର ଚେୟାରମ୍ୟାନ୍ ଇଂ ଜିତେନ୍ କୁମାର ରାଉତରାୟ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଶତାବ୍ଦୀ ର ମହାନାୟକ ତଥା ଓଡିଶା ର ନବନିର୍ମାତା ବିଜୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଅର୍ପଣ କରି ସଭାକାର୍ୟ୍ୟ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭ ରେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ରବୀନ୍ଦ୍ର ଦାସ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥିରୂପେ ବିଶିଷ୍ଟ କବି ତଥା ସମାଜସେବୀ ପ୍ରଶାନ୍ତ କର ସ୍ଵାଭିମାନୀ ବିଜୁବାବୁ ଝଡର ଇଗଲ ଓ ମାଟି ର ମୂର୍ତ୍ତିକାର ଥିଲେ ବୋଲି ବକ୍ତବ୍ୟ ଦେଇଥିଲେ।ମୁଖ୍ୟ ବକ୍ତା ରୂପେ ଜେ.ଏନ୍ କଲେଜ ର ପ୍ରାକ୍ତନ ପ୍ରିନ୍ସପାଲ ପ୍ରଫେସର ପ୍ରତାପ ଚୌଧୁରୀ, ସମ୍ମାନିତ ଅତିଥି ରୂପେ ନବ ନିର୍ବାଚିତ ସରପଞ୍ଚ ଶ୍ରୀ ରାଜକିଶୋର ବଳ,ପରିବେଶବିତ୍ ପ୍ରତାପ ପୃଷ୍ଟି, ଆଶୁକବି ଡ଼ମ୍ବରୁଧର ପରିଡ଼ା,ଯୁବସମାଜସେବୀ ପଞ୍ଚାନନ ପଣ୍ଡା, ଯୋଗଗୁରୁ ଜଳଧର ଦାସ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ବିଜୟ ମହାପାତ୍ର,ପ୍ରାକ୍ତନ ସେନାଧିକାରୀ ଜୟଦେବ ମୁଦୁଲି, ସମାଜସେବୀ ଶିବନାରାୟଣ ଘୋଷାଲ୍,ହରି ସିଂ,କୃଷ୍ନଚନ୍ଦ୍ର ସାହୁ ଓ ଶିକ୍ଷାବିତ୍ ତୁଷାର ଦାସ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଜୀବନ ଦର୍ଶନ ସମ୍ବନ୍ଧରେ ଆଲୋକପାତ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଶେଷରେ ସାଇ କୋଚିଙ୍ଗ ସେଣ୍ଟର ର ଛାତ୍ରୀ କୁମାରୀ ସୁପ୍ରଭା ବେହେରା ଙ୍କ ନେତୃତ୍ବ ରେ ସଙ୍ଗୀତ ପରିବେଷଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.