Friday , August 19 2022
Breaking News
Home / ତାଜା ଖବର / ଭିଜିଲାନ୍ସ ଜାଲରେ ବିଶ୍ୱନାଥପୁର ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ

ଭିଜିଲାନ୍ସ ଜାଲରେ ବିଶ୍ୱନାଥପୁର ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ

କଳାହାଣ୍ଡି, ୦୭/୦୩/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ)- ଆୟ ବର୍ହିଭୂତ ସଂପତି ଠୁଳ ଓ ମହାବିଦ୍ୟାଳୟରେ କୋଟିକୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗରେ କଳାହାଣ୍ଡି ଜ଼ିଲ୍ଲା ଲାଞ୍ଜିଗଡ଼ା ବ୍ଲକ ର ବିଶ୍ୱନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାଙ୍କ ନେତୃତ୍ୱରେ ତାଙ୍କ ବିଶ୍ୱନାଥପୁରସ୍ଥିତ ବାସଭବନରେ ଚଢଉ କରାଯାଇଥିବାବେଳେ ତାଙ୍କ ଭୁବନେଶ୍ୱର ଆର୍ୟ୍ୟ ଭିଲେଜସ୍ଥିତ ବାସଭବନ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା କ୍ରସର ଉପରେ ମଧ୍ୟ ଭିଜିଲାନ୍ସର ଟିମ୍ ଚଢଉ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ବିଶ୍ୱନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱରେ ଥିବାବେଳେ ମହାବିଦ୍ୟାଳୟର କୋଟିକୋଟି ଟଙ୍କା ଚଳୁ କରିଥିବା ସହିତ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଥିବାବେଳେ ପରେ ପୁଲିସ ହାତରେ ଧରାପଡି ଜେଲ ଯାଇଥିଲେ । ସେହିଦିନଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତି ଭିଜିଲାନ୍ସ ସ୍କାନର ରହିଥିଲା । ଫଳରେ ଆଜି ସକାଳ ଛଅଟାରୁ ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରିଥିବାବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ଚଢଉ ଜାରି ରହିଛି । ଚଢଉ ଶେଷ ହେବା ପରେ ସଂପତି ଆକଳନ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।ଓଡିଶା ସମାଚାର

About admin

Check Also

ତାଜା ଖବର : ହୀରାକୁଦ ଜଳ ଭଣ୍ଡାର ର ୩୪ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୪ ଟି ଗେଟ ଖୋଲିଲା । ବର୍ତମାନ ମୋଟ ୩୦ ଟି …

Leave a Reply

Your email address will not be published.