Tuesday , September 27 2022
Breaking News
Home / ନିର୍ବାଚନ / ଜୁନାଗଡ଼ ପୌର ନିର୍ବାଚନ :ପ୍ରମୁଖ ୩ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଚୂଡ଼ାନ୍ତ, ପ୍ରାର୍ଥୀ ପତ୍ର ଦାଖଲ ଆଜି

ଜୁନାଗଡ଼ ପୌର ନିର୍ବାଚନ :ପ୍ରମୁଖ ୩ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଚୂଡ଼ାନ୍ତ, ପ୍ରାର୍ଥୀ ପତ୍ର ଦାଖଲ ଆଜି

ଜୁନାଗଡ଼, ୦୭/୦୩/୨୦୨୨( ଓଡ଼ିଶା ସମାଚାର/ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୌର ନିର୍ବାଚନ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଏଥି ପାଇଁ ଏବେ ମଇଦାନରେ ଓହ୍ଲାଇଛନ୍ତି ୩ ପ୍ରମୁଖ ଦଳର ୩ ଜଣ ପ୍ରାର୍ଥୀ  । ଜୁନାଗଡ଼ ଏନ ଏ ସି ର ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ନିଜ ନିଜର ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି  ।

ମହେଶ ସାହୁ (ବିଜେଡ଼ି)

ବିଜେଡ଼ି ଦଳ ପକ୍ଷରୁ ପୁର୍ବତନ ନଗରପାଳ ମହେଶ ସାହୁ, ବିଜେପି ଦଳରୁ ଜିଲ୍ଲା ପୌରାଞ୍ଚଳ ସଂଯୋଜକ

ମୁକେଶ ଅଗ୍ରୱାଲ (ବିଜେପି)

ମୁକେଶ ଅଗ୍ରୱାଲ ଏବଂ କଂଗ୍ରେସ ଦଳରୁ ଯୁବ ନେତା ତଥା ନଗର ସଭାପତି ପ୍ରଭାତ ଦାସ ଙ୍କୁ ଚୁଡାନ୍ତ ହୋଇ ସାରିଛି  । ଏହି ପରିପ୍ରେକ୍ଷୀରେ ୩ ଜଣ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ ର ଶେଷ ତାରିଖ ସୋମବାର ଦିନ ସେମାନଙ୍କ ର ପ୍ରାର୍ଥୀ ପତ୍ର ଦାଖଲ କରିବେ  ।  ପଞ୍ଚାୟତ ନିର୍ବାଚନ ରେ ୨ଟି ପ୍ରମୁଖ ଦଳକୁ ପଛରେ ପକାଇ ବିଜେଡ଼ି ଦଳ ପକ୍ଷରୁ ବହୁ ମାତ୍ରାରେ ବିଜୟ ଲାଭ ହୋଇଛି  ।  ହେଲେ ଆଗକୁ ପୌର ନିର୍ବାଚନ

ରେ ୩ ପ୍ରମୁଖ ଦଳ ନିଜ ନିଜର ଶକ୍ତି ପ୍ରୟୋଗ କରି କିପରି ମତ ଦାତା ଙ୍କ ପ୍ରିୟ ଭାଜନ ହୋଇ ପାରିବେ ଏବଂ ଏନ ଏ ସି ର ଅଧ୍ୟକ୍ଷ ପଦ ହାସଲ କରିପାରିବେ ଏନେଇ ସବୁ ଦଳରେ ରଣନୀତି ଜୋର ଧରିଛି  । ଓଡ଼ିଶା ସମାଚାର

 ପ୍ରଭାତ ଦାସ(କଂଗ୍ରେସ) 

Leave a Reply

Your email address will not be published.