ଜୁନାଗଡ଼, ୦୬/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ୧୦୬ଟମ ଜନ୍ମ ଜୟନ୍ତୀ ସ୍ଥାନୀୟ ନୂଆ ବସ୍ତାଣ୍ଡ ଠାରେ ପାଳିତ ହୋଇ ଯାଇଅଛି । ଜୁନାଗଡ଼ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୁନାଗଡ଼ ଏନ ଏ ସି ର ପୂର୍ବତନ କାର୍ୟ୍ୟ ନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ ,ପୂର୍ବତନ ଅଧ୍ୟକ୍ଷ ମହେଶ ସାହୁ, ନୂତନ ଭାବେ ନିର୍ବାଚିତ ଜୁନାଗଡ଼ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟା ସୁଧିରା ମେହେର ଓ ସଂଗୀତା ଖର୍ସେଲ, ବରିଷ୍ଠ ନାଗରିକ ତଥା ସମାଜସେବୀ ନିର୍ମଳ ମହାନ୍ତି, ଲଳିତ ଶର୍ମା, ହୃଷିକେଶ ମିଶ୍ର ଏବଂ ରଶ୍ମି ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶାର ଭୁମି ପୁତ୍ର ଏବଂ ପ୍ରବାଦ ପୁରୁଷ । ସେ ଓଡ଼ିଶାର ବିକାଶ ପାଇଁ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ବନ୍ଦର ପ୍ରଭୃତି ଉନ୍ନତି କରି ଓଡିଶା କୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଚିତ କରାଇଥିଲେ । ଆଜି ତାଙ୍କ ଜନ୍ମ ଜୟନ୍ତୀ ରେ ସମସ୍ତେ ପ୍ରତିଜ୍ଞାବଦ୍ଧ ହୋଇ ଓଡ଼ିଶାର ବିକାଶ ଧାରାକୁ ସମସ୍ତେ ମିଳିତ ଭାବେ ଓଡିଶା କୁ ଆଗେଇ ନେବାକୁ ଯତ୍ନବାନ ହେବାକୁ ମନ୍ତ୍ରୀ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ । ବରିଷ୍ଠ ବିଜେଡି ନେତା ଦିଗାମ୍ବର ନାଏକ ସଭା ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମ ରେ ସହର ର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ତଥା ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
