ଭୁବନେଶ୍ୱର , ୦୬/୦୩/୨୦୨୨ (ଓଡ଼ିଶା ସମାଚାର)- ଆଗକୁ ମହାନଗର ନିର୍ବାଚନ ଆସୁଛି । ତେଣୁ ଏହା ପୂର୍ବରୁ କମିଶନରେଟ ପୋଲିସ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବ । ନିର୍ବାଚନ ସମୟରେ କୌଣସି ହିଂସାକୁ ପ୍ରଶୟ ଦିଆଯିବନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନ ପାଇଁ କମିଶନରେଟ ପୋଲିସର ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ ହୋଇଛି। ରାସ୍ତା ଉପରେ ,ସର୍ବ ସାଧାରଣ ସ୍ଥାନରେ ମଦ ପିଉଥିବା ଲୋକଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ।ସେହିପରି କମିଶନରେଟ୍ ପୋଲିସ ଅଧୀନରେ ଖଟିକୁ ବାରଣ କରାଯାଇଛି । ଗତ ଦୁଇଦିନ ମଧ୍ୟରେ ୨୦୦ ଲୋକଙ୍କୁ ଜୋରିମାନା କରାଯାଇଛି । ଭୁବନେଶ୍ୱର ରେ ୬୮ଟି ଖଟି ଉପରେ ଚଢାଉ କରାଯାଇଛି। ଏଥିମଧ୍ୟରୁ ୧୨ଟି ଖଟିକୁ କମିଶନରେଟ ପୋଲିସ ଭାଙ୍ଗିଛି। ଧରା ପଡ଼ିଥିବା ଲୋକଙ୍କ ଠାରୁ ୫୦୦ ଟଙ୍କା ଲେଖା ଜୋରିମାନା ଆଦାୟ କରି ଛାଡ଼ି ଦେଇଛି । ଓଡ଼ିଶା ସମାଚାର
