Saturday , August 13 2022
Breaking News
Home / ବିଶେଷ / ଆର୍ନ୍ତଜାତୀୟମହିଳା ଦିବସରେ ପାରିବାରିକ ଘରୋଇ ହିଂସାସମ୍ପର୍କରେ ଆଲୋଚନାଚକ୍ର

ଆର୍ନ୍ତଜାତୀୟମହିଳା ଦିବସରେ ପାରିବାରିକ ଘରୋଇ ହିଂସାସମ୍ପର୍କରେ ଆଲୋଚନାଚକ୍ର

ଜଟଣୀ, ୦୬/୦୩/୨୦୨୨( ଓଡ଼ିଶା ସମାଚାର )- ସହଯୋଗ ଭୁବନେଶ୍ୱର ଏବଂ ଇନଷ୍ଟିଚୁ୍ୟଟ ଅଫ୍ ହୁ୍ୟମାନରାଇଟସ୍ ଙ୍କ ମିଳିତ ଆନୁକୂଲ୍ୟରେ ଜଟଣୀ ବ୍ଲକ ଅର୍ନ୍ତଗତ ପଂଚୁପଲ୍ଲୀ ଗ୍ରା.ପ. କାର୍ଯ୍ୟାଳୟରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ ଅବସରରେ ‘ଘରୋଇ ହିଂସା ଏବଂ ନାରୀ’ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପଂଚାୟତର ମହିଳା ସ୍ପୟଂସହାୟିକା ଗୋଷ୍ଠୀ ସହସ୍ୟା, ପଂଚାୟତ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ଆଶା ଭଉଣୀମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସହଯୋଗର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ମହିଳା ଦିବସ ଅବସରରେ ସମସ୍ତ ମହିଳାମାନଙ୍କୁ ସ୍ୱାଗତକରି ଆଜିର ଦିବସର ପୃଷ୍ଠଭୂମି. ଉଦ୍ଧେଶ୍ୟ ଓ ତାତପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।ଉତ୍ସବରେ ସରପଂଚ ଶ୍ରୀମତୀ ନୟନା ଛୁଆଳସିଂହ ଅଧ୍ୟକ୍ଷତାକରି ଆଲୋଚନାରେ ସମସ୍ତଙ୍କ ସକ୍ରୀୟ ଅଂଶଗ୍ରହଣ ପାଇଁ ଉଦବୋଧନ ଦେଇଥିଲେ ।ଇନଷ୍ଟିଚୁ୍ୟଟ ଅଫ୍ ହୁ୍ୟମାନରାଇଟସ୍ ର ଆଂଚଳିକ ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ ଘରୋଇ ହିଂସା କଣ ଓ କିପରି ନାରୀମାନଙ୍କ ଜୀବନକୁ ପ୍ରଭାବିତ କରିଥାଏ, ତାଉପରେ ରେଖାପାତ କରିବାସହ ଉପସ୍ଥିତ ସୁଧୀ ମହିଳା ମାନଙ୍କୁ ସେମାନଙ୍କ ଜୀବନରେ ଘରୋଇ ହିଂସାକୁ ନେଇ ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁଭବକୁ ଆଲୋଚନା କରିବାପାଇଁ ଅନୁରୋଧ କରିଥିଲେ । ଏଥିରେ ତିଳୋତମା ଜେନା, ରିନା ସାମନ୍ତରାୟ, ପ୍ରଭାତି ଜେନା, ସରସ୍ପତୀ ଜେନା, ରୀନା ଜେନା ପ୍ରମୁଖ ନିଜର ବକ୍ତବ୍ୟ ରଖି ନାରୀ ଓ ପୁରୁଷ ସହଭାଗୀତା ବିନା କିପରି ସମାଜରେ ଜାବତୀୟ ବିଶୃଙ୍ଖଳା ହେଉଛି ଓ ତାର ପରିଣାମ କିପରି ମହିଳାଙ୍କ ଉପରେ ଖରାପ ପ୍ରଭାବ ପକାଉଛି ସେସ¶ର୍କରେ ନିଜର ପ୍ରତିକି୍ରୟା ପ୍ରକାଶ କରିଥିଲେ । ‘ଝାନସୀରାଣୀ ବନିବାପାଇଁ ଇଚ୍ଛାହେଲେ ମଧ୍ୟ ଆମ ପଛରେ କେହି ନାହିଁ’ । ଏହାର ଉତରରେ ଦୈନିକ ସମାଜର ପ୍ରତିନିଧି ଶ୍ରୀଯୁକ୍ତ ଚିତରଞ୍ଜନ ମିଶ୍ର ନାରୀକୁ ନିଜ ଅଧିକାର ପାଇଁ ଲଢେଇ କରିବାକୁ ଅନୁରୋଧ କରିଥିଲେ । ଧରାବନ୍ଧା, କୁସଂସ୍କାରଗ୍ରସ୍ତ ପ୍ରଥାକୁ ଏଡ଼ାଇ ଆଗକୁ ମାଡ଼ିଲେ ପ୍ରକୃତ ସମୃଦ୍ଧି ହୋଇପାରିବା ସହ ଘରୋଇ ହିଂସା ଏବଂ ମହଳା ଉପରେ ହେଉଥିବା ଅନ୍ୟାନ୍ୟ ହିଂସା ରୋକା ଯାଇ ପାରିବ ବୋଲି କହିଥିଲେ ।ଘରୋଇ ହିଂସା ନିରୋଧି ଆଇନ ଓ ତା’ର ପ୍ରୟୋଗ ଉପରେ ଆଲୋଚନା କରାଯାଇଥିଲା । ପଂଚାୟତର ଯୁବନେତା ଆୟୋଜକ ଓ ଅଂଶଗ୍ରହଣକାରୀଙ୍କୁ ସାଧୁବାଦ ଦେଇ ଦିବସର ସାର୍ଥକତା ପାଇଁ ନିବେଦନ କରିଥିଲେ ।ଶେଷରେ ଶ୍ରୀଯୁକ୍ତ ବିକ୍ରମ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.