ନିଶ୍ଚିନ୍ତକୋଇଲି,୦୫/୦୩/୨୦୨୨ (ଓଡିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ପଂଚାୟତ କାର୍ଯ୍ୟାଳୟରେ ପଂଚାୟତିରାଜ ଦିବସ ତଥା ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି ଉପଲକ୍ଷେ ଏକ ନିରାଡ଼ମ୍ବର ସଭା ଆୟୋଜନ କରାଯିବା ସହିତ ବିଜୁ ପଟ୍ଟନାୟକଙ୍କ ତୈଳ ଚିତ୍ରରେ ଧୂପ ଓ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଯୋଗଦେଇଥିବା ଅତିଥିମାନେ ଓଡ଼ିଶାର ବରପୁତ୍ର,ଇଣ୍ଡୋନେସିଆର ଭୂମି ପୁତ୍ର ବିଜୁ ପଟ୍ଟନାୟକଙ୍କ ଗୁଣ ଗାନ କରିବା ସହିତ ଓଡ଼ିଶା ପାଇଁ ତାଙ୍କ ଉତ୍ସର୍ଗୀକୃତ କର୍ମ ବିଷୟରେ ଅ୍ରାଲୋକପାତ କରିଥିଲେ । ପୂର୍ବତନ ସରପଂଚ ସରୋଜ କୁମାର ବେହେରା, ରଂଜନ କୁମାର ବେହେରା(ବାଣା), ସାବିର ଅଲୀ, ନରେନ୍ଦ୍ର କୁମାର ବାରିକ, ଶିଶିର ରାଉତ, ହିମାଂଶୁ ସେଠୀ, ଶିବ ପ୍ରସାଦ ଦଳାଇ, ବାଙ୍କ ବିହାରୀ ବେହେରା, ଏସକେ ସୋଫିଆନ୍, ଏସକେ ଜଲାଲ ଉଦ୍ଧିନ୍, ବିମଳ ପ୍ରସାଦ ଖୁଂଟିଆ, ବ୍ରଜ ମୋହନ ଗିରୀ ପ୍ରମୁଖ ଯୋଗ ଦେଇଥିବାବେଳେ ଟିକା ଭାଇ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର