Thursday , June 30 2022
Breaking News
Home / ବିଶେଷ / ବିଦ୍ୟାଧରପୁର ରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର 

ବିଦ୍ୟାଧରପୁର ରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର 

ରଘୁନାଥପୁର, ୦୫/୦୩/୨୦୨୨  (ଓଡିଶା ସମାଚାର)- ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ମୋତିଆବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସମାଜସେବୀ ତଥା ନବ ନିର୍ବାଚିତ ସରପଂଚ ସାହେଦା ତବସୁମ ଙ୍କ ପିତା ରହିମ ଖାଁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ପଂଚାୟତର ୪୫ଜଣ ବ୍ୟକ୍ତି ନିଜ ନିଜର ଚକ୍ଷୁ ପରୀକ୍ଷା କରାଇଥିବାବେଳେ ସେଥି ମଧ୍ୟରୁ ୧୫ ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା । ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଜଗତସିଂହପୁସ୍ଥିତ ଭୂମିକା ଆଇ ହସପିଟାଲ ରେ ମୋତିଆବିନ୍ଦୁ ଅପରେସନ୍ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଶିବିରରେ ଡ଼କ୍ତର ଶୁଭ୍ରଜିତ ସେଠୀ, ,ସିଏଚଏମ ଅରୁଣ ରାଉତରାୟ, ସିଏଚଓ ମନୋଜ ଦାସ, ପିଏ ନନ୍ଦିନୀ ପତି , ପାରା ମେଡ଼ିକାଲ ଷ୍ଟାଫ ସରୋଜିନୀ ସାହୁ, ସହାୟକ ତପନ କୁମାର ଦାସ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *