Saturday , August 13 2022
Breaking News
Home / ନିର୍ବାଚନ / ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ : ୩ ଦିନ ରେ ୫ ଫର୍ମ ବିକ୍ରି

ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ : ୩ ଦିନ ରେ ୫ ଫର୍ମ ବିକ୍ରି

ଜୁନାଗଡ଼ , ୦୫/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ କୁମାର ବେମାଲ)- ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ତାରିଖର ୩ ଦିନ ମଧ୍ୟରେ ୫ ଗୋଟି ଫର୍ମ ବିକ୍ରି ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୨ ଜଣ ଅଧ୍ୟକ୍ଷ ,୩ ଜଣ ୱାର୍ଡ ସଭ୍ୟ ରହିଛନ୍ତି। ଏହି ପୌର ପରିଷଦରେ ୧୨ ଗୋଟି ୱାର୍ଡ ରହିଅଛି । ୧୨ ଗୋଟି ୱାର୍ଡ ରେ ୧୮ଟି ବୁଥ ରହିଛି ଏବଂ ୧୪,୭୪୩ ଭୋଟର ରହିଛନ୍ତି। ସେହିପରି ୫ଟି ୱାର୍ଡ ୧,୨,୩,୯,୧୦ ଅଣସଂରକ୍ଷିତ ରହିଥିବା ବେଳେ ୫,୬,୭ ଓ ୧୧ ମହିଳା ଏବଂ ୪ ଅନୁସୂଚିତ ଜାତି ମହିଳା ଓ ୮ ଅନୁସୂଚିତ ଜନଜାତି ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । ୧୨ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି।ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପ୍ରାର୍ଥୀ ଦେବାପାଇଁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି।ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.