Tuesday , September 27 2022
Breaking News
Home / ନିର୍ବାଚନ / ସ୍ତ୍ରୀ ଙ୍କ ପରେ ସରପଞ୍ଚ ଭାଵେ ଵୋଧପୁର ପଞ୍ଚାୟତର ଗଡ ରକ୍ଷାକଲେ ସ୍ୱାମୀ

ସ୍ତ୍ରୀ ଙ୍କ ପରେ ସରପଞ୍ଚ ଭାଵେ ଵୋଧପୁର ପଞ୍ଚାୟତର ଗଡ ରକ୍ଷାକଲେ ସ୍ୱାମୀ

କଟକ ସଦର, ୦୪/୦୩/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ଵ୍ଲକ ଅନ୍ତର୍ଗତ ଵୋଧପୁର ପଞ୍ଚାୟତର ସରପଞ୍ଚ ସଂଧ୍ୟାରାଣୀ ଵେହେରା ଵିଜେଡିକୁ ସମର୍ଥନ ଦେଇନଥିଵାରୁ ଗତ ପାଞ୍ଚ ବର୍ଷ ଧରି ଶାସକ ଦଳର ପ୍ରରୋଚନାରେ ସଵୁ ସମୟରେ ପଞ୍ଚାୟତକୁ ପ୍ରଶାସନିକ ସ୍ତରରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା।ଏପରିକି ସରପଞ୍ଚ ବିଭିନ୍ନ ସମୟରେ ଵ୍ଲକ ସମ୍ମୁଖରେ ତାଙ୍କର ସମସ୍ତ ଓ୍ୱ।ର୍ଡସଭ୍ୟ/ସଭ୍ୟାଙ୍କ ସମେତ ସମର୍ଥକ ମାନଙ୍କୁ ନେଇ ଧାରଣା ଦେଇଥିବା ଦେଖା ଯାଇଥିଲା।ଏଥିରେ ଏହାକୁ ପ୍ରତିହତ ପାଇଁ କେତେକ ଚକ୍ରାନ୍ତକାରୀ ଗୋଷ୍ଠୀ ସରପଞ୍ଚ ଵହୁ ଦୂର୍ନିତୀରେ ଲିପ୍ତ ଵୋଲି ଗଣମାଧ୍ୟମରେ ଅପପ୍ରଚାର କରିଥିଲେ।ଏହାର ପ୍ରମାଣ ଦେଵାକୁ ଯାଇ ସରପଞ୍ଚ ସଂଧ୍ୟାରାଣୀଙ୍କ ସ୍ୱ।ମୀ ଏଥର ସରପଞ୍ଚ ପ୍ରାର୍ଥୀ ହୋଇଥିଲେ।ତାଙ୍କୁ ହରାଇବା ପାଇଁ ଚକ୍ରବ୍ୟୁହ ରଚାଯାଇଥିଵା ଵେଳେ ସ୍ୱ।ମୀ ପ୍ରଶାନ୍ତ ଵେହେରା ସେଥିରୁ ମୁକୁଳି ଵହୁ ଭୋଟରେ ଵିଜୟ ଲାଭ କରି ସ୍ତ୍ରୀ ଙ୍କ ଗଡ ରକ୍ଷାକରିଵା ସହିତ ଵିରୋଧିଙ୍କୁ ଏକ ପ୍ରକାର ହତାସ କରିଛନ୍ତି।ସେତିକିରେ କଥା ସରିଲା ନାହିଁ।ନିର୍ଵାଚିତ ସରପଞ୍ଚ ଚଗଲ ଓରଫ ପ୍ରଶାନ୍ତ ତାଙ୍କ ସମର୍ଥିତ ସମିତିସଭ୍ୟା ପ୍ରାର୍ଥିନୀ ଭାରତୀ ବିଶ୍ୱାଳଙ୍କୁ ମଧ୍ୟ ଜିତାଇ ଆଣିଵାରେ ସକ୍ଷମ ହେଲେ। ଏଥିପାଇଁ ଵୋଧପୁର ପଞ୍ଚାୟତରେ ଏଵେ ଵିଜେଡି ସତ୍ତା ହରାଇଛି ଵୋଲି କୁହାଯାଉଛି। ଅନ୍ୟ ପକ୍ଷରେ ପଞ୍ଚାୟତଵାସୀ ଦୁଇ ଦୁଇ ଥର ମୋ ଉପରେ ଯେଉଁ ଆସ୍ଥା ପ୍ରକଟ କରି ଜିତାଇଛନ୍ତି ମୁଁ ସେମାନଙ୍କ ନିକଟରେ ଚିର ଋଣୀ ହୋଇ ରହିଵା ସହିତ ପଞ୍ଚାୟତର ବିକାଶ ଦିଗରେ ଅଧିକ ଯତ୍ନଵାନ ହେଵି ଵୋଲି ନବନିର୍ବାଚିତ ସରପଞ୍ଚ ପ୍ରଶାନ୍ତ ଓରଫ ଚଗଲ ଵେହେରା କହିଛନ୍ତି।ଓଡ଼ିଶା ସମାଚାର

Leave a Reply

Your email address will not be published.