Friday , August 19 2022
Breaking News
Home / ନିର୍ବାଚନ / ମଧୁସ୍ମିତା ଆଚାର୍ୟ୍ୟ କଂଗ୍ରେସଦଳ ର  ବିଏମସି ମେୟର୍ ପଦବୀ ପାଇଁ ପ୍ରାର୍ଥୀ ହେଲେ

ମଧୁସ୍ମିତା ଆଚାର୍ୟ୍ୟ କଂଗ୍ରେସଦଳ ର  ବିଏମସି ମେୟର୍ ପଦବୀ ପାଇଁ ପ୍ରାର୍ଥୀ ହେଲେ

ଭୁବନେଶ୍ୱର,୦୪/୦୩/୨୦୨୨( ଓଡ଼ିଶା ସମାଚାର )- ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍ ପଦବୀ ପାଇଁ କଂଗ୍ରେସଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦଳ  ମଧୁସ୍ମିତା ଆଚାର୍ୟ୍ୟଙ୍କୁ ପ୍ରାର୍ଥୀ କରିଛି । ଏ ନେଇ ଶୁକ୍ରବାର ଦିନ ବିଧାୟକ ତଥା ଦଳର ବରିଷ୍ଠ ନେତା ସୁରେଶ କୁମାର  ରାଉତରାୟ  ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍, ଓଡ଼ିଶୀ ନୃତ୍ୟ ଶିଳ୍ପୀ । କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ । କମଳା ନେହେରୁ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦ ର ସେ ସଭାପତି ଥିଲେ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ । କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ତାଙ୍କୁ ମେୟର ଭାବେ ଚୟନ କରିଛି ବୋଲି ଦଳୀୟ ନେତା ଯୁକ୍ତି ବାଢିଛନ୍ତି ।ଅନ୍ୟ ପକ୍ଷରେ କିଏ ପ୍ରାର୍ଥୀ ହେବେ ତାହା ଡ଼ିସିସି ନିଷ୍ପତି ନେବ ବୋଲି ପିସିସି ସଭାପତି ନରଂଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସ୍ୱାଧିନତା ଦିବସ ରେ କବିତା ପାଠୋତ୍ସବ

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)-ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ …

Leave a Reply

Your email address will not be published.