Tuesday , September 27 2022
Breaking News
Home / ତାଜା ଖବର / ମଞ୍ଚେଶ୍ୱର ମୁଣ୍ତାସାହି ରେ ଜଘନ୍ୟ ହତ୍ୟାକାଣ୍ଡ

ମଞ୍ଚେଶ୍ୱର ମୁଣ୍ତାସାହି ରେ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର , ୦୪/୦୩/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ତାସାହି ପାଣି ଟାଙ୍କି ନିକଟରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଇଟାରେ ଛେଚି ଛେଚି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟା କରିବା ପରେ ଇଟା ତଳେ ଲୁଚାଇ ରଖିଦେଇଥିଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ମୁକେଶ ଚୌଧୁରୀ । ସେ ଏକ ଚୋରୀ ଘଟଣାରେ ଜେଲ ଯାଇଥିଲେ । ଦେଢ଼ବର୍ଷ ଜେଲ ରେ ରହିବା ପରେ ଜେଲ ରୁ ମୁକୁଳିଥିଲେ । ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଂଚି ତଦନ୍ତ କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.