Tuesday , August 9 2022
Breaking News
Home / ତାଜା ଖବର / ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ : ଚାଳକ ମୃତ

ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ : ଚାଳକ ମୃତ

 ବାଲିଗୁଡା,୦୪/୦୩ /୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):.କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ବ୍ଲକର  ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ବତିଙ୍ଗିଆ କାମ୍ବିନାଯୁ ରେ ଏକ କାର ନଂ – ଓଆର-୦୨- ଏଏମ-୦୦୧୧ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । କାର ଚାଳକ ମହମ୍ମଦ ପୂରଖାନ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଡ଼ଃ ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏହି କାର ରେ ବସିଥିବା ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ଘୁ.ଉଦୟଗିରି ଥାନାରେ କେଶ ନଂ.୪୨/୨୨ ରେ ଏକ ମକଦ୍ଦମା  ରୁଜୁ କରି ତଦନ୍ତ ଅବ୍ୟାହତ ରହିଛି  । ମୃତ ମହମ୍ମଦ ପୂରଖାନ ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମରଶରୀର ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଛାନ ଭିନ କରୁଥିବା ବିଷୟ  ପୋଲିସ ଏସ. ଆଇ.ବିନୟ ମହାରଣା ସୂଚନା ଦେଇଛନ୍ତି  । ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.