ଜୁନାଗଡ଼ , ୦୪/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜ୍ଞତି ପ୍ରକାଶ ପରେ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇଛି ।ବର୍ତ୍ତମାନ ନାମାଙ୍କନ ପତ୍ର ଦାଖଲ ତାରିଖର ୨ ଦିନ ମଧ୍ୟରେ ୨ ଟି ଫର୍ମ ବିକ୍ରି ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଜଣେ ଅଧ୍ୟକ୍ଷ ଓ ଜଣେ ୱାର୍ଡ ସଭ୍ୟ ରହିଛନ୍ତି। ଏହି ପୌର ପରିଷଦରେ ୧୨ ଗୋଟି ୱାର୍ଡ ରେ ୧୮ଟି ବୁଥ ରହିଛି ଏବଂ ୧୪,୭୪୩ ଭୋଟର ରହିଛନ୍ତି।ସେହିପରି ୫ଟି ୱାର୍ଡ ୧,୨,୩,୯,୧୦ ଅଣସଂରକ୍ଷିତ ରହିଥିବା ବେଳେ ୫,୬,୭ଓ୧୧ ମହିଳା ଏବଂ ୪, ଅନୁସୂଚିତ ଜାତି ମହିଳା ଓ ୮ ଅନୁସୂଚିତ ଜନଜାତି ମହିଳା ପାଇଁ ରହିଛି । ୧୨ ନମ୍ବର ୱାର୍ଡ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି।ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପ୍ରାର୍ଥୀ ଦେବାପାଇଁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଓଡ଼ିଶା ସମାଚାର
