Tuesday , August 16 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୦୪/୦୩/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ବରିଷ୍ଠ ଅଧ୍ୟାପକ ବିରଜାନନ୍ଦ ମହାନ୍ତିଙ୍କ ସେବା ନିବୃତି ଉପଲକ୍ଷେ +୩ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ବିଶ୍ୱାଳ, ବର୍ତମାନର ଅଧ୍ୟକ୍ଷ ଗଙ୍ଗାଧର ସାହୁ, +୩ର ଅଧ୍ୟକ୍ଷ ମଧୁସୂଦନ କାମିଲା, ଅଧ୍ୟାପକ ଅଜୟ କୁମାର ଦାସ, ଶିଶିରକାନ୍ତ ମହାପାତ୍ର, ଡଃ. ମନୋରଞ୍ଜନ ରାଉତ, ଗିରିଜାକାନ୍ତ ଦାସ, ପୁରାତନ ଛାତ୍ର ବିଜୟ କୁମାର ବେହେରା, କଳ୍ପତରୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ  ଛାତ୍ରଛାତ୍ରୀମାନେ ଗୁରୁଜୀଙ୍କ ଦ୍ୱାରା ଅନୁଷ୍ଠାନରେ ହୋଇଥିବା ମହତ୍ କାର୍ଯ୍ୟଗୁଡିକର ଅବତାରଣା କରିବା ସହ ତାଙ୍କ ଦୀର୍ଘ  ଓ ସୁସ୍ଥ ନିରୋଗ ନିରାମୟ ଜୀବନ ପାଇଁ ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅଧ୍ୟାପକ ଗିରିଜାକାନ୍ତ ଦାସ ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର …

Leave a Reply

Your email address will not be published.