ଗରଦପୁର, ୦୪/୦୩/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ର ପାଟକୁରା ସରକାରୀ ହାଇସ୍କୁଲ , କୋରୁଆ ସରକାରୀ ହାଇସ୍କୁଲ ଓ କୁଦାନଗରୀ ସରକାରୀ ଉଚ ବିଦ୍ୟାଳୟ ରେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ୩ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୭୨ ଜଣ ପରୀକ୍ଷା ଦେବାକୁ ନାମ ପଂଜିକରଣ କରିଥିବାବେଳେ ସେଥି ମଧ୍ୟରୁ ୩୪ ଜଣ ଅନୁପସ୍ଥିତ ଥିବାବେଳେ ୫୩୮ ଜଣ ଛାତ୍ର ଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । ପାଟକୁରା ଉଚ୍ଚ ବିଦ୍ୟାଳୟରେ ୧୯୮, କୁଦାନଗରୀ ରେ ୧୮୧ ଓ କୋରୁଆରେ ୧୯୪ ଜଣ ଛାତ୍ର ଛାତ୍ରୀ ୬ଷ୍ଠ , ୭ମ ଓ ୮ମ ଶ୍ରେଣୀ ପାଠ ପଢ଼ା ପାଇଁ ପ୍ରବେଶିକା ପରୀକ୍ଷା ଦେଇଥିଲେ । ପାଟକୁରା ପରୀକ୍ଷା କେନ୍ଦ୍ରରେ ସୁପରିନଟେଣ୍ଡେଂଟ ଦାୟିତ୍ୱରେ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି , କୋରୁଆ ଉଚ ବିଦ୍ୟାଳୟରେ ସୁପରିନଟେଣ୍ଡେଂଟ ଭାବେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ୍ ଓ କୁଦାନଗରୀ ହାଇସ୍କୁଲ ରେ ସୁପରିନଟେଣ୍ଡେଂଟ ଭାବେ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଳ ପରୀକ୍ଷା କରିଚାଳନା କରିଥିଲେ । ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ପରୀକ୍ଷା କେନ୍ଦ୍ର ଗୁଡ଼ିକ ବୁଲି ପରୀକ୍ଷା ନିରିକ୍ଷଣ କରିଥିଲେ । ଓଡ଼ିଶା ସମାଚାର
