Tuesday , August 9 2022
Breaking News
Home / ବିଶେଷ / ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଶାନ୍ତିର ବାର୍ତା ଦେଲେ ଛାତ୍ରଛାତ୍ରୀ

ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଶାନ୍ତିର ବାର୍ତା ଦେଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା, ୦୪/୦୩/୨୦୨୨( ଓଡ଼ିଶା ସମାଚାର )- ବସୁଧୈବ କୁଟୁମ୍ବକମ । ସର୍ବଜନ ହିତାୟ । ସମଗ୍ର ପୃଥିବୀ ଗୋଟିଏ ପରିବାର । ନିଜେ ବଂଚ ଓ ଅନ୍ୟକୁ ବଂଚିବାକୁ ଦିଅ । ଯୁଦ୍ଧ ବନ୍ଦ କରି ଫୁଲ ପ୍ରଦାନ କର । ଆମେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ । ଯୁଦ୍ଧଦ୍ୱାରା ଆମ ଦେଶର ଦୁଇଜଣ ଡାକ୍ତରୀ ଛାତ୍ରଙ୍କ ମୃତୁ୍ୟ ହୋଇ ସାରିଲାଣି । ଅନେକ ଛାତ୍ରଛାତ୍ରୀ ୟୁକ୍ରେନର ୱାର ଜୋନରେ ଫସି ରହିଛନ୍ତି । ସେମାନଙ୍କ ବାପା, ମା ଓ ଅଭିଭାବକମାନେ ରାତିରେ ଶାନ୍ତିରେ ଶୋଇ ପାରୁନାହାଁନ୍ତି । ଆମେ ସହଯୋଗ ଚାହୁଁ ଧ୍ୱଂଶ ବିଧ୍ୱଂଶ ନୁହେଁ । ଆସ ମିଳିମିଶି ତୃତୀୟ ବିଶ୍ୱଯୁଦ୍ଧ ଭଳି ପରିସ୍ଥିତିକୁ ଏଡାଇ ଯିବା ପାଇଁ ପ୍ରୟାସ କରିବା । ଦୟାଳୁ ହୁଅ ଏକଛତ୍ରବାଦ ନ ହୁଅ । ରକ୍ତ ସଂଚୟ କର ରକ୍ତପାତ ନୁହେଁ । ଏହିଭଳି ବାର୍ତ  କେନ୍ଦ୍ରାପଡ଼ା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ଋଷିଆ ଓ ୟୁକ୍ରେନକୁ ଏଭଳି ନିବେଦନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଥିବା ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟାପକ ଅଜୟ କୁମାର ରାଉତ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଉଛି । କିନ୍ତୁ ବିଶ୍ୱଯୁଦ୍ଧ ପାଇଁ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ବିଭିନ୍ନ ଦେଶ ନିଜ ନିଜ ସପକ୍ଷ ଦେଶ ସହ ଯୋଗସୂତ୍ରରେ ଅଛନ୍ତି । ବର୍ତମାନ ଦୁଇଟି ବଡ଼ ଗୋଷ୍ଠୀ ସୃଷ୍ଟି ହେଲେଣି । ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି । ଯଦି କୌଣସି ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରକୁ ଆକ୍ରମଣ କରେ ତାହା ହେଲେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବ । ଅଣୁ ଅସ୍ତ୍ର ସଜାଗ ରଖିବା ପାଇଁ ପରମାଣୁ ବୋମା ରଖିଥିବା ଦେଶଗୁଡିକ ନିଜ ନିଜର ସାମରିକ ବାହିନୀକୁ ଭିତିରିଆ ନିର୍ଦେଶ ଦେଇ ସାରିଲେଣି । ତେଣୁ ଏଭଳି ଏକ ପରିସ୍ଥିତିକୁ କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ବନ୍ଦ କରାଯାଉ ବୋଲି ସେ କହିଥିଲେ । ସେହିପରି ଛାତ୍ରଛାତ୍ରୀମାନେ କହିଥିଲେ ଆମ ଦେଶର ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି । ତୁରନ୍ତ ଭାରତୀୟ ଦୂତାବାସ ୟୁକ୍ରେନ ଦୂତାବାସ ସହ ଆଲୋଚନା କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣନ୍ତୁ । ବଙ୍କର ଭିତରେ ଅନେକ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି । ସେମାନଙ୍କୁ ଠିକ ଭାବେ ଖାଇବାକୁ ମିଳୁନାହିଁ । ଜୀବନ ଓ ମୃତୁ୍ୟ ସହ ସେମାନେ ସଂଗ୍ରାମ କରୁଛନ୍ତି । ତେଣୁ  ଏହି ଯୁଦ୍ଧର ଅବସାନ ହେବା ଆବଶ୍ୟକ ବୋଲି କହିଛନ୍ତି ସ୍କୁଲର ଛାତ୍ରଛାତ୍ରୀମାନେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.