କଟକ ସଦର,୦୩/୦୩/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):- କଟକ ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସ ତାର ମେୟର ପ୍ରାଥିନୀ ଘୋଷଣା କରିଵାର ଦିନକ ପରେ ଆଜି ଗୁରୁବାର କଟକ ଗାନ୍ଧୀ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ତାର ପ୍ରାର୍ଥିନୀ ନାମ ଘୋଷଣା କରିଛି।ପ୍ରାର୍ଥିନୀ ଭାଵେ ପାର୍ଟିର କଟକ ଜିଲ୍ଲା କମିଟି ସଭ୍ୟା ତଥା ଜଣାଶୁଣା ଛାତ୍ରନେତ୍ରୀ ଵଵି ବଳବନ୍ତରାୟ ଙ୍କ ନାମକୁ ଘୋଷଣା କରାଯାଇଛି।ଵଵି ବଳବନ୍ତରାୟ ସଵୁ ସମୟରେ କଟକର ମୈ।ଳିକ ସମସ୍ୟାର ସମାଧାନ ପାଇଁ ଲଗାତର ଵିକ୍ଷୋଭ ଆନ୍ଦୋଳନ ଚଳାଇ ଆସିଛନ୍ତି। ସେଥିପାଇଁ ତାଙ୍କର ଜିତିବାର ସମ୍ଭାବନା କୁ ଦୃଷ୍ଟିରେ ରଖି ପାର୍ଟି ତାଙ୍କ ନାଁ ଚୟନ କରିଥିବା ଜଣାପଡିଛି।ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥିନୀ ବଳବନ୍ତରାୟ ଙ୍କ ସମେତ କଟକ ଜିଲ୍ଲା ଅଫିସ୍ ସଂପାଦକ ଖଗେଶ୍ବର ସେଠୀ, ଜିଲ୍ଲା କମିଟି ସଭ୍ୟ ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ,ଭାଗ୍ୟରଵି ଦାସ,ଦୀପକ ଦାସ,ଵିନୋଦ ସେଠୀ,ତରୁଣସେନ ନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ଓଡ଼ିଶା ସମାଚାର
