Tuesday , August 9 2022
Breaking News
Home / ନିର୍ବାଚନ / ଜୁନାଗଡ଼ ବ୍ଲକ ର ୪ ଟି ଯୋନ ରେ ବିଜେଡ଼ି ର ବାଜିମାତ

ଜୁନାଗଡ଼ ବ୍ଲକ ର ୪ ଟି ଯୋନ ରେ ବିଜେଡ଼ି ର ବାଜିମାତ

 ଜୁନାଗଡ଼ , ୦୩/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଜୁନାଗଡ଼ ବ୍ଲକ ର ୪ ଗୋଟି ଜିଲ୍ଲା ପରିଷଦ ଯୋନ ରେ ବିଜେଡ଼ି ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ବିରୋଧୀ ଙ୍କୁ କଡା ଜାବାବ ଦେଇଛି । ଜୁନାଗଡ଼ ପଂଚାୟତ ସମିତି ରେ ରହିଥିବା ୪ ଗୋଟି ଯୋନ ରେ ନିର୍ବାଚନ ଅନୁଷ୍ଠିତ ହୋଇ ଏଠାରେ ଥିବା ୧ ନଂ ଆଟି ଗାଁ ଯୋନ ରେ ବିଜେଡି ର ସୁଧିରା ମେହେର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ମେହେର ଙ୍କୁ ୧୦୮୫୫ଭୋଟ ରେ ହରେଇ ଛନ୍ତି । ୨ନଂ ହାବସପୁର ଯୋନ ରେ ବିଜେଡ଼ି ର ଶାମୁକା ରାଣୀ କୁମାର ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦୀ ବଜେପି ର ଉମା ରାଣୀ ସିଂ ଙ୍କୁ ୪୮୩୮ ଭୋଟ୍ ରେ ହରାଇ ବିଜୟ ଲାଭ କରିଛନ୍ତି  । ୩ନଂ ଯୋନ ରେ ବିଜେଡି ର ଲାଲ ବାହାଦୂର ଜାନୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନୁର୍ଯ୍ୟ ମାଝୀ ଙ୍କୁ ୫୫୮୦ ଭୋଟ ରେ ହରାଇ ବିଜୟ ଲାଭ କରିଛନ୍ତି । ୪ନଂ ଯୋନ ରେ ବିଜେଡ଼ି ର ସଂଗୀତା ଖର୍ସେଲ ତାଙ୍କ ପ୍ରତିଦ୍ବନ୍ଦୀ ବଜେପି ର ନିରୂପମା ନାଏକ ଙ୍କୁ ୪୨୦୭ ଗୋଟି ଭୋଟ ରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଏହି ବିଜୟ ରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସଠିକ ଗୋଟି ଚାଳନା ରେ ବ୍ଲକ ର ସବୁ ଆସନ ବିଜେଡ଼ି ର ବିଜୟ ହୋଇଥିବା ଜଣାପଡିଛି । ଏହି ବିପୁଳ ବିଜୟ କୁ ନେଇ ନାନା ପ୍ରକାର କଳ୍ପନା ଜଳ୍ପନା ରେ ଅବସାନ ହୋଇଛି । ଚଳିତ ପଂଚାୟତ ନିର୍ବାଚନରେ ବିଜେଡି ର ଏହି ବିପୁଳ ବିଜୟ ବିରୋଧୀ କଂଗ୍ରେସ ଓ ବିଜେପି କୁ ମୂହତୋଡ ଜବାବ ଦେଇଛି  । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.