Tuesday , August 16 2022
Breaking News
Home / ନିର୍ବାଚନ / ଜଗତସିଂହପୁର ଓ ପାରାଦ୍ୱୀପ ପୌର ପରିଷଦ ସାଧାରଣ ନିର୍ବାଚନ ନିମନ୍ତେ ମନୋନୟନ ପ୍ରକ୍ରିୟା ଆରମ୍ଭ

ଜଗତସିଂହପୁର ଓ ପାରାଦ୍ୱୀପ ପୌର ପରିଷଦ ସାଧାରଣ ନିର୍ବାଚନ ନିମନ୍ତେ ମନୋନୟନ ପ୍ରକ୍ରିୟା ଆରମ୍ଭ

ଜଗତସିଂହପୁର, ୦୩/୦୩/୨୦୨୨( ଓଡ଼ିଶା ସମାଚାର )- ଜଗତସିଂହପୁର ଜିଲ୍ଲା ର ପୌର ପରିଷଦ ଜଗତସିଂହପୁର ଓ ପାରାଦ୍ୱୀପ ସାଧାରଣ ନିର୍ବାଚନ ନିମନ୍ତେ ମନୋନୟନ ପ୍ରକ୍ରିୟା ମାର୍ଚ୍ଚ ୦୨ ତାରିଖ ଠାରୁ ଆରମ୍ଭ ହୋଇଛି । ମାର୍ଚ୍ଚ ୦୨ ତାରିଖ ଠାରୁ ମାର୍ଚ୍ଚ ୦୭ ତାରିଖ ପର୍ଯ୍ୟନ୍ତ ଫର୍ମ ଗ୍ରହଣ ଓ ମନୋନୟନ ଦାଖଲର ଶେଷ ତାରିଖ ରହିଛି । ଜଗତସିଂହପୁର ପୌର ପରିଷଦ ସାଧାରଣ ନିର୍ବାଚନ ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ଏଥିପାଇଁ ନିୟମିତ କାର୍ଯ୍ୟ ତଦାରଖ କରୁଛନ୍ତି । ପ୍ରତିଦିନ ପୂର୍ବାହ୍ନ ୧୧ଟା ଠାରୁ ୩ଟା ପର୍ଯ୍ୟନ୍ତ ଫର୍ମ ବିକ୍ରୟ ଓ ଦାଖଲର ସମୟ ରହିଛି । ଜଗତସିଂହପୁର ପୌର ପରିଷଦ ଅଂଚଳରେ ୨୫,୫୧୭ ଜଣ ଭୋଟର ରହିଛନ୍ତି । ପୌର ପରିଷଦର ୨୧ଟି ଓାର୍ଡର ୧୯ଟି ସ୍ଥାନରେ ୩୩ ଗୋଟି ବୁଥ ରେ ମତଦାନ ଅନୁଷ୍ଠିତ ହେବ । ମାର୍ଚ୍ଚ ୯,୨୦୨୨ ରିଖରେ ମନୋନୟନ ପତ୍ର ଗୁଡିକ ଯାଚଂ କରାଯିବ । ମାର୍ଚ୍ଚ ୧୦ ତାରିଖରେ ବୈଧ ତାଲିକା ପ୍ରକାଶ କରାଯିବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୧୪ ଶେଷ ତାରିଖ ରହିଛି । ଜଗତସିଂହପୁର ପୌର ପରିଷଦ ପାଇଁ ଆଜିସୁଦ୍ଧା ୧୪ଜଣ ଆଶାୟୀ କାଉନସିଲର ପ୍ରାର୍ଥୀ ଓ ୨ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଫର୍ମ କିଣିଛନ୍ତି । ସେହିପରି ପାରାଦ୍ୱୀପ ପୌର ପରିଷଦ ପାଇଁ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ନିୟମିତ କାର୍ଯ୍ୟ ତଦାରଖ କରୁଛନ୍ତି । ପାରାଦ୍ୱୀପ ପୌର ପରିଷଦ ଅଂଚଳରେ ମୋଟ ୪୨୧୧୬ ଭୋଟରଙ୍କ ମଧ୍ୟରୁ ୨୩୯୯୨ ପୁରୁଷ,୧୮୧୧୪ ମହିଳା ଓ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ପାରାଦ୍ୱୀପର ୧୯ ଟି ଓାର୍ଡରେ ୪୬ଟି ମତଦାନ କେନ୍ଦ୍ର ରହିଛି । ଗତକାଲି ଓ ଆଜିକୁ ମିଶାଇ ପାରାଦ୍ୱୀପରେ ୪୧ ଜଣ ଆଶାୟୀ ପ୍ରାର୍ଥୀ ଫର୍ମ କିଣିଛନ୍ତି । ସେଥି ମଧ୍ୟରୁ କାଉନସିଲର ପଦବୀ ପାଇଁ ୩୭ ଟି ଫର୍ମ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ଟି ଫର୍ମ ବିକ୍ରୟ ହୋଇଅଛି । ଉଭୟ ପୌର ପରିଷଦ ପାଇଁ ମାର୍ଚ୍ଚ ୨୪ ତାରିଖରେ ଭୋଟ ଗ୍ରହଣ ଏବଂ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି କରାଯିବ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.