କଟକ ସଦର, ୦୩/୦୩/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- ପଞ୍ଚାୟତ ନିର୍ବାଚନ ସମୟରେ କଟକ ସଦର ଵିଧାୟକ ପ୍ରାର୍ଥିମାନଙ୍କ ଠାରୁ ଦୁରେଇ ରହି ଯିଏ ଜିତିଵ ସିଏ ମୋର କହି ଅଜ୍ଞାତବାସରେ ରହିଥିବା ଵେଳେ ଜିତିବା ପରେ କେତେକ ନିର୍ବାଚିତ ପ୍ରତିନିଧି ବିଧାୟକ ଙ୍କ ଭୂଵନେଶ୍ୱର ବାସଭବନ କୁ ଯାଇଁ ନିଜକୁ ସମର୍ପଣ କରିଥିଵା ଚର୍ଚ୍ଚା ହେଉଛି।ଏହା ଦ୍ୱାରା ଵିଧାୟକ କହିଥିଵା କଥା ସତ ପ୍ରମାଣିତ ହୋଇଛି। ପ୍ରକାଶ ଯେ କୌଣସି ଦଳୀୟ ଟିକେଟରେ ପ୍ରାର୍ଥୀ ମାନେ ନିର୍ବାଚନ ଲଢିଵା ନିୟମ ନଥିଵା ଵେଳେ କେଵଳ ଦଳୀୟ ସମର୍ଥନରେ ଲଢିଵାର ସୁଯୋଗ ପାଇଥାନ୍ତି।ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ଓ ଵିଧାୟକ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନଙ୍କୁ ସମର୍ଥନ ଦେଇ ସାଙ୍ଗରେ ନେଇ ଭୋଟ ଭିକ୍ଷା କରିଥିବା ବେଳେ କଟକ ସଦରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସମର୍ଥନ ତ ମିଳିଲା ନାହିଁ ହେଲେ ଵିଧାୟକଙ୍କର ଵି ଦେଖା ଵି ମିଳିଲା ନାହିଁ।ହେଲେ ନିର୍ବାଚିତ ପ୍ରତିନିଧିମାନଙ୍କୁ ବିଧାୟକ ଆସି ଅଭିନନ୍ଦନ ଜଣାଇବା ପରିବର୍ତ୍ତେ ସେମାନେ ଯାଇଁ ଅଭିନନ୍ଦନ ଜଣାଇ ନିଜକୁ ସମର୍ପଣ କରିଥିଵାକୁ ନେଇ ଭିନ୍ନ ଏକ ଦିଗକୁ ଦର୍ଶାଉଛି ଵୋଲି ଶୁଣାଯାଉଛି।ହେଲେ ଅନେକ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ନିଜ ପଞ୍ଚାୟତର ଓ ନିଜ ନିଜର ସ୍ୱାଭିମାନ ରକ୍ଷାକରି ସମର୍ପିତ ହୋଇ ନଥିଵା ଦେଖାଯାଇଛି।ଆଗକୁ ପଞ୍ଚାୟତ ସମିତି ନିର୍ବାଚନ ଥିଵାରୁ ସମିତି ସଭ୍ୟ/ସଭ୍ୟାମାନଙ୍କୁ ନିଜ ପଟକୁ ନେଵାକୁ ବିଧାୟକ ଗୁରୁମନ୍ତ୍ର ଦେଇଥିଲେ ଵି ସେଥିରୁ ଅନେକ ଆମେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେଵୁ ଵୋଲି କହିଛନ୍ତି।ଓଡ଼ିଶା ସମାଚାର