Tuesday , August 9 2022
Breaking News
Home / ବିଶେଷ / ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ 

ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ 

ଗରଦପୁର, ୦୩/୦୩/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ଅଂଚଳର ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡ଼ିଆ ଭାଷା ସାହିତ୍ୟର ବରିଷ୍ଠ ପ୍ରାଧ୍ୟାପକ ନୀରୋଦ କୁମାର ଦାସ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସ୍ଥାନୀୟ ମାନବ ସମ୍ବଳ ବିକାଶ ମହିଳା ମହାବିଦ୍ୟାଳୟ ର ସଭା କକ୍ଷରେ ଏକ ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ହୃଦୟାନନ୍ଦ ସ୍ମାରକୀ ମହାବିଦ୍ୟାଳୟର ସେବା ନିବୃତ ଅଧ୍ୟକ୍ଷ ପ୍ରାଧ୍ୟାପକ ମଦନ ମୋହନ ଜେନା ଓ ସମ୍ମାନୀତ ଅତିଥି ଭାବେ ଲୋକନାଥ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଯୋଗ ଦେଇଥିଲେ । ଅତିଥି ଦ୍ୱୟ ସେବା ନିବୃତ ପ୍ରାଧ୍ୟାପକ ଶ୍ରୀ ଦାସଙ୍କ ସୁଗୁଣାବଳୀ ବର୍ଣ୍ଣନା କରିବା ସହିତ ଅନୁଷ୍ଠନ ପ୍ରତି ଥିବା ତାଙ୍କ ନିଷ୍ଠା ଓ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ସାହିତ୍ୟ ଓ ସଂଗୀତର ଯୁଗଳ ବନ୍ଦି ରେ ପ୍ରାଧ୍ୟାପକ ଶ୍ରୀ ଦାସ କିପରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିପାରନ୍ତି,ବକ୍ତମାନେ  ତାହା ଉଦାହରଣ ଦେଇ ପ୍ରତିପାଦନ କରିଥିଲେ । ପ୍ରଧ୍ୟାପକ ଗୋକୁଳାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ବିଜୟଲକ୍ଷ୍ମୀ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ସହାୟକ ସରୋଜକାନ୍ତ ପଣ୍ଡା, କର୍ମଚାରୀ ରଂଜନ କୁମାର ପଣ୍ଡା, ଭାଷ୍କର ଚନ୍ଦ୍ର ମହାନ୍ତି, କ୍ରୀଡ଼ା ଶିକ୍ଷୟିତ୍ରୀ ଦୀପ୍ତିମୟୀ ପରିଡ଼ା, ପ୍ରଦୀପ୍ତ କୁମାର ଦାସ, ଚନ୍ଦନ ଘଡ଼ାଇ , ସବିତା ପତି ପ୍ରମୁ୍ଖ ଯୋଗ ଦେଇଥିବାବେଳେ ସର୍ବଶ୍ରୀ ଯିଶୁକୃଷ୍ଣ ନାୟକ, ବିନୋଦ ବିହାରୀ ଦାସ, ଗୋଲକ ଚନ୍ଦ୍ର ମାହାଳି ପ୍ରମୁଖ ଉପସ୍ଥିତ ଥିଲେ । ଉଲେଖନୀୟ ଏହିକି ପ୍ରାଧ୍ୟାପକ ଶ୍ରୀ ଦାସ ଉକ୍ତ ଅନୁଷ୍ଠାନର ପ୍ରଥମ ଭାରାପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ଏଥି ସହିତ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ରୂପେ  ଏହାର ପ୍ରତିଷ୍ଠା ୧୯୮୭ ମସିହା ଠାରୁ କାର୍ଯ୍ୟ କରି ଏବେ ଅବସର ଗ୍ରହଣ କରିଛନ୍ତି । ବିଶେଷକରି ପ୍ରାଧ୍ୟାପିକା ରୀନାରାଣୀ ପଢ଼ିହାରୀ , ଅଧ୍ୟାପିକା ପ୍ରବିଣା ରଥ, ଅଧ୍ୟାପିକା ବିଜୟଲକ୍ଷ୍ମୀ ପଣ୍ଡା ଓ ଅଧ୍ୟାପକ ରମାନାଥ ଗୋଛାୟତ ପ୍ରମୁ୍ଖ ଶ୍ରୀ ଦାସ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ପ୍ରଦୀପ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.