Tuesday , August 16 2022
Breaking News
Home / ତାଜା ଖବର / ୨ଶହ ଟଙ୍କିଆ ୭ ଲକ୍ଷ ଟଙ୍କାର ନକଲି ଟଙ୍କା ଜବତ , ୨ ଗିରଫ

୨ଶହ ଟଙ୍କିଆ ୭ ଲକ୍ଷ ଟଙ୍କାର ନକଲି ଟଙ୍କା ଜବତ , ୨ ଗିରଫ

ଭୁବନେଶ୍ୱର , ୦୨/୦୩/୨୦୨୨ (ଓଡ଼ିଶା ସମାଚାର)- ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ଆଜି ୭ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଖାରବେଳନଗର ଥାନା ପୋଲିସ ଗିରଫ କରିଛି। ଜବତ ହୋଇଥିବା ସମସ୍ତ ଜାଲ୍ ଟଙ୍କା ୨ ଶହ ଟଙ୍କିଆ ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇ କହିଛନ୍ତି   ଜାଲ୍ ନୋଟ୍ କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ ସୂଚନା ଆଧାରରେ ଖାରବେଳନଗର ଥାନା ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ୨୦୦ ଟଙ୍କିଆ ନକଲି ନୋଟ ଜବତ ହୋଇଛି । ତେବେ ଜବତ ହୋଇଥିବା ଟଙ୍କା ପ୍ରାୟ ୭ଲକ୍ଷ ଟଙ୍କା ହେବ । ଏହାସହିତ ନକଲି ନୋଟ କାରବାର ଅଭିଯୋଗରେ ୨ଜଣଙ୍କୁ ପୋଲିସ ଗିରଫ କରିଛି । ଏକ ଟଙ୍କା ଗଣିବା ମେସିନ୍ ମଧ୍ୟ ଜବତ ହୋଇଛି । ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପଚରାଉଚରା ଜାରି ରହିଛି । ରାଜଧାନୀରୁ ଏତେ ପରିମାଣର ନକଲି ନୋଟ ଜବତ ହେବା ପୋଲିସ ପାଇଁ ଚିନ୍ତାର ବିଷୟ ହୋଇଛି । କିଏ ଓ କାହିଁକି ଏତେ ପରିମାଣର ଟଙ୍କା ଆଣିଥିଲା ସେନେଇ ପୋଲିସ ଖୋଲତାଡ଼ କରୁଛି । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳ ଭଣ୍ଡାର ର ୩୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଆଉ ୨ ଟି ଗେଟ ଖୋଲିଲା । ମୋଟ ୩୦ ଟି ଗେଟ୍ …

Leave a Reply

Your email address will not be published.