Saturday , August 13 2022
Breaking News
Home / କ୍ରୀଡ଼ା / ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ : ସେମି ଫାଇନାଲ ରେ ଜୁନାଗଡ଼

ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ : ସେମି ଫାଇନାଲ ରେ ଜୁନାଗଡ଼

ଜୁନାଗଡ଼ , ୦୨/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ କୁମାର ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଭୈରବ ଖେଳ ପଡିଆ ଠାରେ ସ୍ୱର୍ଗତ ମହେଶ୍ୱର ବରାଡ଼ ଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଅନ୍ତାଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଅଷ୍ଟମ ଦିନ ଖେଳରେ ଖରିଆର କୁ ହରାଇ ଜୁନାଗଡ଼ ସେମି ଫାଇନାଲ କୁ ଉନ୍ନିତ ହୋଇଛି।ଏହି ଅବସରରେ ଅତିଥି ଭାବରେ ଜୁନାଗଡ଼ ବି. ଡି. ଓ ତୁଲାରାମ ମାରାଣ୍ଡି,ବ୍ଲକ ପବ୍ଲିକ ହେଲଥ ଅଫିସର ଭଗବାନ ପଣ୍ଡା, ଜୁନାଗଡ଼ ଆଇ ଆଇ ସି ଉତ୍ତମ ସାହୁ, ନିୟୁ ରେଡ଼ ଷ୍ଟାର କ୍ଲବ ସଦଶ୍ୟ ଶୈଳେଶ ସାହୁ, ତୁଳସୀ ପଟନାୟକ ଯୋଗ ଦେଇଥିଲେ । ଜୁନାଗଡ଼ ଏବଂ ଖରିଆର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ପ୍ରଥମେ ଜୁନାଗଡ଼ ବ୍ୟାଟିଂ କରି ୨୬ ଓଭର ରେ ସମସ୍ତ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଖରିଆର ୨୭.୧ ଓଭର ରେ ସମସ୍ତ ଉଇକେଟ ହରାଇ ୧୪୨ ରନ ସଂଗ୍ରହ କରି ଥିଲା। ଫଳରେ ଜୁନାଗଡ଼ ୨୩ରନ ରେ ଭଲ ଖେଳ ପ୍ରଦର୍ଶନ କରି ବିଜୟ ଲାଭ କରିଥିଲା । ପୂର୍ଣ୍ଣ ମାଝୀ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ଏହି ମ୍ୟାଚ ରେ ବି ସି ସି ଆଇ ଲେବେଲ ୧ ଅମ୍ପାୟର ଅସିତ ପଟନାୟକ ଏବଂ ଭବାନୀପାଟଣା ର ଅଶୋକ ସାହାଣୀ ଅମ୍ପାୟରିଂ କରିଥିବା ବେଳେ , ନୀତିଶ ମହାପାତ୍ର ଓ ବିନୟ ସାହୁ, ଧାରାବିବରଣୀ ପ୍ରଦାନ କରିଥିଲେ । ସ୍କୋରର ଭାବେ ଏସ ଚନ୍ଦନ ଏବଂ ହାସମୀ ଖାନ ଦାୟିତ୍ବ ତୁଲାଇଥିଲେ । ଏଥିରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ର ସଭାପତି ହିମାଂଶୁ ବରାଡ଼, ସମ୍ପାଦକ କାଳିନ୍ଦରୀ ପାଣିଗ୍ରାହ୍ୟ, କୋଷାଧ୍ୟକ୍ଷ ଦିଲୀପ ପଣ୍ଡା,ସୋରଜ ପଣ୍ଡା, ସମୀର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ , ଚକ୍ର ଧର ବାଗ ,ସୁଜିତ ପଣ୍ଡା, ଶତ୍ରୁଜିତ ସାହୁ, କାଳିଆ କନ୍ଧପାନ ପ୍ରଭୁଦତ୍ତ ପଣ୍ଡା, ଜସକେତନ ପରିଡା ଏବଂ ରମଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.