କେନ୍ଦ୍ରାପଡ଼ା, ୦୨/୦୩/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ବଡବାରଙ୍ଗସ୍ଥିତ କାର୍ଯ୍ୟାଳୟରେ ସଂଘର ସଭାପତି ନିତ୍ୟାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ସଙ୍ଘର ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ନୂତନ କର୍ମକର୍ତା ନିର୍ବାଚନ କରାଯିବାକୁ ପ୍ରସ୍ତାବ ଦେଇଥିଲେ । ବରିଷ୍ଠ ସଦସ୍ୟ ହରିପଦ ପଣ୍ଡାଙ୍କ ପରିଚାଳନାରେ ସଂଘର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇ ସଭାପତି ଭାବେ ନିତ୍ୟାନନ୍ଦ ମହାନ୍ତି, ଉପସଭାପତି ଭାବେ ସୌର ପ୍ରସାଦ ତ୍ରିପାଠୀ ଓ ଦୁର୍ଯେ୍ୟାଧନ ସେଠୀ, ସାଧାରଣ ସମ୍ପାଦକ ଭାବେ ଗଣେଶ୍ୱର ମେକାପ, ଯୁଗ୍ମ ସମ୍ପାଦକ ଭାବେ କ୍ଷୀରୋଦ ଚନ୍ଦ୍ର ବେହେରା, ସହ ସମ୍ପାଦକ ଭାବେ ଉମେଶ ଚନ୍ଦ୍ର ପରିଡା, କୋଷାଧ୍ୟକ୍ଷ ଭାବେ ଗୌରାଙ୍ଗ ଚରଣ ସାହୁ, ମୁଖ୍ୟ ଉପଦେଷ୍ଟା ଭାବେ ବିଜୟ କୁମାର ବରାଳ, ଉପଦେଷ୍ଟା ଭାବେ ମାଧବାନନ୍ଦ ମହାପାତ୍ର ଓ ମହେନ୍ଦ୍ର କୁମାର ମିଶ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ଉଦୟନାଥ ସାହୁ, ସୁନାକର ଜେନା ଓ ପ୍ରମୋଦ ସାହାଣୀଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା । ଶେଷରେ ସଙ୍ଘର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
Check Also
ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ ପାଳିତ
ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …