Monday , September 25 2023
Breaking News
Home / ନିର୍ବାଚନ / ଶ୍ରଦ୍ଧାଞ୍ଜଳି ବେହେରା ସରପଞ୍ଚ ନିର୍ବାଚିତ

ଶ୍ରଦ୍ଧାଞ୍ଜଳି ବେହେରା ସରପଞ୍ଚ ନିର୍ବାଚିତ

ଜୁନାଗଡ଼ ,୦୧/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମହିଚାଲ ପଞ୍ଚାୟତର ସରପଞ୍ଚ ଭାବେ ଶ୍ରଦ୍ଧାଞ୍ଜଳି ବେହେରା ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମେନକା କର ଙ୍କୁ ୬୭୬ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ଏଥର ମହିଚାଲା ପଞ୍ଚାୟତରେ ୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ସମସ୍ତ ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରଦ୍ଧାଞ୍ଜଳି ବେହେରା ବିଜୟୀ ହୋଇଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ବିଜୟ ଉତ୍ସବ ମନାଉଛନ୍ତି । ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଚକୁଳି ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ସେ ମହିଚଲା ଗ୍ରାମରେ ପହଞ୍ଚିଥିଲେ । ଗ୍ରାମବାସୀମାନେ ତାଙ୍କୁ ବନ୍ଦାପନା କରିବାସହ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରୁଥିବା ଦେଖାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *