ମାହାଙ୍ଗା, ୦୧/୦୩/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )-କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମାହାଙ୍ଗା ର ତ୍ରିବେଣୀଶ୍ୱର ଠାରେ ଜାଗରଯାତ୍ରା ଅନୁଷ୍ଠିତ ହେଉଛି। ତ୍ରିବେଣୀଶ୍ୱର ର ମନ୍ଦିର ଉନୟନ ଓ ପରିଚାଳନା ସମିତି ପକ୍ଷରୁ ମିନ୍ଦିରର ଚତୃପାର୍ଶ୍ଵ କୁ ସୁସଜ୍ଜିତ କରାଯିବା ସହିତ ଭକ୍ତମାନେ କିଭଳି ସୁବିଧା ରେ ଦର୍ଶନ କରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷପ ଗ୍ରହଣ କରାଯାଇଛି। ପ୍ରାତଃ ସମୟରୁ
ଭକ୍ତମାନେ ସେମାନଙ୍କ ମନୋବାଞ୍ଛା ପୂର୍ଣ୍ଣପାଇଁ ଦୀପଜାଳି ଉଜାଗର ରହିଥିବା ଦେଖିବାକୁ ମିଳିଛି।ଆଜିର ଦିନରେ ଉଜାଗର ରହି ଦେବଦେଵ ମହାଦେବଙ୍କ ଆଶିଷ ପ୍ରାପ୍ତହୋଇଥାଏ ବୋଲି ବିଶ୍ୱାସ ରହିଛି। ଓଡିଶା ସମାଚାର
