Tuesday , August 9 2022
Breaking News
Home / ବିଶେଷ / ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମହା ଶୀଵରାତ୍ରୀ ଓ ଜାଗର ଯାତ୍ରା

ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମହା ଶୀଵରାତ୍ରୀ ଓ ଜାଗର ଯାତ୍ରା

କଟକ ସଦର, ୦୧/୦୩/୨୦୨୨( ଓଡ଼ିଶା ସମାଚାର /ଵିଷ୍ପୁ ବେହେରା):କଟକ ପୂର୍ଵାଞ୍ଚଳରେ ଥିଵା ପ୍ରସିଦ୍ଧ ଶୈଵ କ୍ଷେତ୍ର ପରମହଂସ ନାଥଙ୍କ ମହାଶିବରାତ୍ରି ଉପଲକ୍ଷେ ପାରମ୍ପରିକ ଜାଗର ଯାତ୍ରା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାସମାରୋହରେ ଆଜି ମଙ୍ଗଳବାର ଅନୁଷ୍ଠିତ ହୋଇଛି। ପ୍ରତ୍ୟୁଷରୁ ପହଡ ଖୋଲିଵା ପର ଠାରୁ ଠାକୁରଙ୍କ ନିତିକାନ୍ତି ମନ୍ଦିର ଚୂଡାକୁ ମହାଦୀପ ଉଠିବା ପର୍ୟ୍ୟନ୍ତ ଯଥାବିଧି କରାଯାଇଥିଲା। ଦର୍ଶନ ପାଇଁ ସକାଳୁ ରାତି ପର୍ୟ୍ୟନ୍ତ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଲମ୍ବା ଧାଡିରେ ଯାଉଥିବା ଦେଖିବାକୁ ମିଳିଥିଲା।ସେହିପରି ଚାନ୍ଦୁଲିର ନିଳକଣ୍ଠେଶ୍ୱର, ଵରାଳର ବାଲୁଙ୍କେଶ୍ୱର, କୋରପଦାର କୁଣ୍ଡେଶ୍ୱର, ସିଦ୍ଧେଶ୍ୱରପୁରର ସିଦ୍ଧେଶ୍ୱର, ପାରାଵିଲର ପାରେଶ୍ୱର, ଆୟତପୁରର ନାଗେଶ୍ଵର ପ୍ରଭୃତି ଶିଵ ମନ୍ଦିରରେ ଅନୁରୂପ ଭାଵେ ଜାଗର ଉତ୍ସଵ ମହାସମାରୋହରେ ପାଳନ କରାଯାଇଛି।ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.