Tuesday , August 16 2022
Breaking News
Home / ବିଶେଷ / ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମ୍ଭର୍ଦ୍ଧନା ସଭା ଓ ବଟକୃଷ୍ଣ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମ୍ଭର୍ଦ୍ଧନା ସଭା ଓ ବଟକୃଷ୍ଣ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ

 କଟକ, ୦୧/୦୩/୨୦୨୨( ଓଡ଼ିଶା ସମାଚାର )- କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପଟଣା ଠାରେ  ସଭାପତି ଇଂ.ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ମୁଖ୍ୟ ଅତିଥି ଭାବେ ରାଜସ୍ବ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉର୍ମିଳା ମହାନ୍ତି,ସମ୍ମାନୀୟ ଅତିଥି ଭାବେ ୪୨ମୌଜା ଥାନା ଅଧିକାରୀ ଆଇଆଇସି  ଅନିତା ସାହୁ ଓ ସିନେ କଳାକାର ମିଥୁ ମିଥୁନ ମହାପାତ୍ର (ଓଡ଼ିଶା ମିଥୁନ୍)ଙ୍କୁ ପ୍ରତିଷ୍ଠାନ ତରଫରୁ ଉପଦେଷ୍ଟା ସରୋଜ ନଳିନୀ ପରିଜା,ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସଙ୍କ ଦ୍ଵାରା  ସମ୍ଭର୍ଦ୍ଧିତ କରାଯାଇଥିଲା । ପ୍ରତିଷ୍ଠାନ ତରଫରୁ ୪୨ମୌଜା ଥାନା ଅଧିକାରୀ ଭାବେ  ସାହୁଙ୍କ ସେବା ଓ ସୁରକ୍ଷା ଦିଗରେ ସଫଳ କାର୍ଯ୍ୟ ଦକ୍ଷତାକୁ ନେଇ ଭୂୟିଶ ପ୍ରଶଂସା କରାଯାଇଥିଲା । ଏହା ପରେ ୪୨ମୌଜାସ୍ଥିତ ବନ୍ତୁଣିଆ ଗ୍ରାମର ସଫଳ ଚାଷୀ, ବିଶିଷ୍ଟ ସମାଜସେବୀ ତଥା ସ୍ପଷ୍ଟବାଦୀ ନ୍ୟାୟବିତ୍ ସ୍ବର୍ଗତ ବଟକୃଷ୍ଣ ବିଶ୍ଵାଳଙ୍କ ତୈଳଚିତ୍ରକୁ ଥାନା ଅଧିକାରୀଣୀ ଶ୍ରୀମତୀ ସାହୁଙ୍କ ଦ୍ଵାରା ଉନ୍ମୋଚିତ ହେବା ସହ ବଟକୃଷ୍ଣ ମେମୋରିଆଲ ଟ୍ରଷ୍ଟ ତରଫରୁ ହିତାଧିକାରୀ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅସୀମ ଦାସ, ପ୍ରଭାତ କୁମାର ଖଟୁଆ, ବିନୋଦ ବେହେରା,ବୀରବର ଲେଙ୍କା,ଉପେନ୍ଦ୍ର ବାରିକ,ପ୍ରସନ୍ନ କୁମାର ବେହେରା,ହରିବନ୍ଧୁ ଆଚାର୍ଯ୍ୟ, ଗଗନ ଲେଙ୍କା,ନଟବର ବେହେରା, ଶୁଭେନ୍ଦୁ ବରଣ ଦାସ ମହାପାତ୍ର, କ୍ଷୀରୋଦ ଦାସ,ବୈରାଗୀ ସାହୁ, ସନ୍ତୋଷ କୁମାର ସାହୁ,ମିନତି ସାହୁ, ବିଚିତ୍ର ରାଉତ, ଆଶିଷ ବେହେରା, ଶ୍ରୀବନ୍ତିକା ମହାନ୍ତି, ମାଧବ ପରିଡ଼ା, ସୁଧାକର ଭୋଇ, ଘନଶ୍ୟାମ ମଲ୍ଲିକ, ଶୁଭ ରଞ୍ଜନ ବେହେରା ଓ ସୁଦାମ ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉତ୍କଳ ଯାଦବ ମହାସଭା କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.