ଜୁନାଗଡ଼ ,୦୧/୦୩/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବକ୍ସଇ ତୁଳସୀ ପାଳି ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ଦିବ୍ୟ ଶଙ୍କର ଦୀପ୍ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁଧର୍ମ ଦୁର୍ଗା କୁ ୯୫୧ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ଏଥର ପଞ୍ଚାୟତରେ ୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ସମସ୍ତ ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରୀ ଦୀପ୍ ବିଜୟୀ ହୋଇଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ବିଜୟ ଉତ୍ସବ ମନାଉଛନ୍ତି । ଦିବ୍ୟ ଶଙ୍କର ଦୀପ ଙ୍କୁ ବକ୍ସଇ ତୁଳସୀ ପାଳି ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ସେ କୂପା ଗାଁ ଗ୍ରାମରେ ପହଞ୍ଚିଥିଲେ । ଗ୍ରାମବାସୀମାନେ ତାଙ୍କୁ ବନ୍ଦାପନା କରିବାସହ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରୁଥିବା ଦେଖାଯାଇଛି । ଓଡ଼ିଶା ସମାଚାର