Saturday , August 13 2022
Breaking News
Home / କ୍ରୀଡ଼ା / ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ,ଖରିଆର ବିଜୟୀ

ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ,ଖରିଆର ବିଜୟୀ

 ଜୁନାଗଡ଼, ୦୧/୦୩/୨୦୨୨ (ଓଡିଶା ସମାଚାର/ ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଭୈରବ ଖେଳ ପଡିଆ ଠାରେ ସ୍ୱର୍ଗତ ମହେଶ୍ୱର ବରାଡ଼ ଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟର  ସପ୍ତମ ଦିନ  ଖେଳରେ ପଶ୍ଟିକୁଡ଼ି କୁ ହରାଇ ଖରିଆର ବିଜୟୀ ହୋଇଛି  । ଏହି ଅବସରରେ  ଅତିଥି ଭାବରେ    ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ କୋଷାଧ୍ୟକ୍ଷ ଦିଲୀପ ପଣ୍ଡା ଯୋଗ ଦେଇଥିଲେ ।   ଖରିଆର ଏବଂ  ପାଷ୍ଟି ଗୁଡ଼ି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା  । ଟସ ଜିଣି ପ୍ରଥମେ ଖରିଆର ଦଳ  ବ୍ୟାଟିଂ କରି   ୩୦ଓଭର  ରେ  ୬ ୱିକେଟ ହରାଇ ୩୨୨ରନ  ସଂଗ୍ରହ କରିଥିଲେ । ମାଇକେଲ  ସୁବୀର  ଭଲ ବ୍ୟାଟିଙ୍ଗ କରି ସର୍ବଧିକ ୧୧୩ ରନ ସଂଗ୍ରହ କାରିଥିଲେ । ଏହାର ଜବାବରେ ପାଷ୍ଟି ଗୁଡ଼ି ସମସ୍ତ ୱିକେଟ ହରାଇ ୧୪୯ ରନ ସଗ୍ରହ କରିଥିଲେ । ଫଳରେ  ଖରିଆର ଦଳ ୧୭୩ ରନ ରେ ବିଜୟ ଲାଭ କରିଥିଲା ।ମାଇକେଲ ସୁବୀର ମ୍ୟାନ ଅଫ ଦି ମ୍ୟାଚ   ହୋଇଥିଲେ । ଏହି ମ୍ୟାଚ ରେ  ଜୟପୁର ର ଅସିତ ପଟ୍ଟନାଏକ  ଏବଂ ଭବନୀପାଟଣା ର ଅଶୋକ ସାହାଣୀ ଅମ୍ପାୟରିଂ କରିଥିବା ବେଳେ ଟଙ୍କଧର ଭୋଇ ଏବଂ  ବିନୟ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।  ସ୍କୋରର ଭାବେ ଏସ ଚନ୍ଦନ  ଏବଂ କରିମ ଦାୟିତ୍ବ ତୁଲାଇଥିଲେ । ଏଥିରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ର ସଭାପତି ହିମାଂଶୁ ବରାଡ଼,  ମାନସ ସାହୁ, ସତୀଶ ପ୍ରଧାନ, ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରଭୁଦତ ପଣ୍ଡା, କାଳିଆ କନ୍ଧ ପାନ, ରୂପେଶ ସିଂଗଲ, ଶତ୍ରୁଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.