Tuesday , August 9 2022
Breaking News
Home / ନିର୍ବାଚନ / ୬ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀନୀ ନିର୍ମଳା  ବିଜୟୀ

୬ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀନୀ ନିର୍ମଳା  ବିଜୟୀ

କେନ୍ଦ୍ରାପଡ଼ା, ୨୮/୦୨/୨୦୨୨( ଓଡ଼ିଶା ସମାଚାର )- ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ସୋମବାର ସକାଳେ ପ୍ରକାଶ ପାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ବ୍ଲକ ୬ନମ୍ବର ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀନୀ ନିର୍ମଳା ମହାନ୍ତି ବିଜୟୀ ହୋଇଛନ୍ତି । ନିର୍ମଳା ମୋଟ ୧୪ହଜାର ୦୫୯ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରଶ୍ମିତା ପଣ୍ଡାଙ୍କୁ ୫ହଜାର ୨୮୬ ଭୋଟ ମିଳିଛି । ନିର୍ମଳା ୮ହଜାର ୭୭୩ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହି ଜୋନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀନୀ ରଶ୍ମିତା ପଣ୍ଡା  ୪ହଜାର ୫୦୮ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଏହି ଜୋନଟିରେ ପୂର୍ବ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଚଳିତ ଥର ବିଜେଡି ସେହି ଜୋନଟିକୁ ବିଜେପି ହାତରୁ ଛଡାଇ ନେଇଛି । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.